ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିରିଡି ବ୍ଲକ ପରିସରରେ ସୋମବାର 77 ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ବ୍ଲକ ବିପିଏମ ରୁଦ୍ର ପ୍ରତାପ ନନ୍ଦ ଙ୍କ ପୌରହିତ୍ୟରେ ଅଧ୍ୟକ୍ଷା ମମତା ପାତ୍ର ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିବା ସହ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ l ତାଙ୍କ ସହ ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ,

ଜିଲ୍ଲା ପରିଷଦ ସଭ୍ୟା ଦିପ୍ତିମୟୀ ବିଶ୍ୱାଳ, ଏବିଡ଼ିଓ ଲୋପାମୁଦ୍ରା ନାୟକ ଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ଓ କୁଳକଇଜଙ୍ଗା ପଞ୍ଚl ୟତ ର ପୂର୍ବତନ ସରପଞ୍ଚ ଦିବାକର ନାୟକ ଉପସ୍ଥିତ ରହି ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟା ର୍ପଣ କରିଥିଲେ l ଅଧ୍ୟକ୍ଷା ପାତ୍ର ବୟସ୍କ ସରପଞ୍ଚ ନାୟକଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ l

କୁଳକଜଙ୍ଗl ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ଛାତ୍ରୀ ମାନେ ସୁନ୍ଦର ପ୍ୟାରେଡ ପରିବେଷଣ କରିଥିଲେ l ସେହିପରି ତହସିଲ, ମେଡିକାଲ କୃଷି କାର୍ଯ୍ୟାଳୟ, ହାଟର ଗାନ୍ଧୀ ମୂର୍ତ୍ତି, ସିପିଆଇଏମ କାର୍ଯ୍ୟାଳୟ, ସମସ୍ତ ବିଦ୍ୟାଳୟ, ସମସ୍ତ ଅଫିସ ଓ ବ୍ଲକର ଅବସର ପ୍ରାପ୍ତ ସୈନିକ ମାନଙ୍କ ପକ୍ଷରୁ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l














