ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନୀଉଜ) ନି ପ୍ର:- ଜଟଣୀ ବନମାଳୀ କଲୋନୀ ସ୍ଥିତ ବ୍ରହ୍ମାକୁମାରୀ ଅନୁଷ୍ଠାନରେ ୧୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ବରିଷ୍ଠ ରାଜଯୋଗ ଶିଖିକା, ଗୀତିକାର, ଆନ୍ତର୍ଜାତିକ ସୁବକ୍ତା ବ୍ରହ୍ମାକୁମାରୀ ଦାମିନୀ ଭଉଣୀ ଉପସ୍ଥିତ ରହି ସମସ୍ତଙ୍କର ଉତ୍ସାହ ବଢ଼ାଇଥିଲେ ।

ଏହି କାର୍ଯକ୍ରମରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, କଂଗ୍ରେସ ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ ଜେନା ଓ ଓଡ଼ିଶା ବିଜେପି ର କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ଅନିଲ ବିଶ୍ଵାଳ, ବିଜେଡି ନେତା ମନ୍ମଥ ରାଉତରାୟ, ପୂର୍ବତନ ଅଧ୍ୟକ୍ଷ ଭୁବନେଶ୍ୱର ବ୍ଲକ ଦୁଶାସନ ସ୍ୱାଇଁ ତଥା ଜଟଣୀ ଅଞ୍ଚଳର ଅନେକ କାଉନସିଲର ବନ୍ଧୁ,

ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍,ତଥା ଗଣମାଧ୍ୟମର ବନ୍ଧୁମାନେ ଯୋଗଦାନ କରିଥିଲେ । ଏହି କାର୍ଯକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯକ୍ରମ କୁ ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ ପରିଚାଳନା କରିଥିଲେ, ବ୍ରହ୍ମାକୁମାର ଅଶୋକ ଭାଇ ଧନ୍ୟବାଦ ଦେଇଥିଲେ ।















