ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍ ପରିଦର୍ଶନ
କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର )କନ୍ଧମାଳ ଜିଲ୍ଲା :- କନ୍ଧମାଳ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତକାଲି ବୁଧବାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ନେଡିପଦର ସ୍ଥିତ ପି.ଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍ ପରିଦର୍ଶନ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଏହି ବିଦ୍ୟାଳୟ ପରିଦର୍ଶନ ଛାତ୍ରୀମାନଙ୍କ ପାଇଁ ଏକ ଅଭୂଲା ଓ ପ୍ରେରଣା ଦାୟକ ସ୍ମୃତି ହୋଇ ରହିବ । ମୁଖ୍ୟ ଶାସନ ସଚିବ ବିଦ୍ୟାଳୟ ପରିଦର୍ଶନ ସମୟରେ ଆଦିବାସୀ ଛାତ୍ରୀମାନଙ୍କ ସହ ଅତି ଆତ୍ମୀୟତାର ସହିତ କଥା ହୋଇଥିଲେ ,

ପାଠ ପଢାଇଥିଲେ । ସେମାନେ ଭବିଷ୍ୟତରେ କ’ଣ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ପଚାରିଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ଆଇନଜୀବୀ,କେହି କ୍ରୀଡ଼ାବିତ୍ ଆଉ କେହି ସିଭିଲ ସେବା ଅଧିକାରୀ ବା ପ୍ରଶାସନିକ ସେବା ଅଧିକାରୀ ହେବା ପାଇଁ ଆକାଂକ୍ଷା ପ୍ରକାଶ କରିଥିଲେ l ସାମାଜିକ ଓ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଏହି ଛାତ୍ରୀମାନଙ୍କ ଆକାଂକ୍ଷା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।














