ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରଥମ ଦାରିଙ୍ଗବାଡି ଗସ୍ତ ରେ ଆସି ସେ ପ୍ରଥମେ ଇକୋ ରିଟ୍ରିଟ ପରିସରରେ ପହଞ୍ଚିଥିଲେ । ସେଠାରେ ଇକୋ ରିଟ୍ରିଟ ବୁଲିବା ସହ ପର୍ଯ୍ୟଟକଙ୍କ ସହ ଆଲୋଚନା କରିଥିଲେ । ତେବେ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଉନ୍ନତି କରିବାକୁ ପର୍ଯ୍ୟଟକମାନେ ନିବେଦନ କରିଥିଲେ । ଏଥିସହ ଇକୋ ରିଟ୍ରିଟରେ ବହୁତ ଭଲ ସେବା ମିଳୁଥିଲେ ମଧ୍ୟ ପ୍ରତିଦିନ ସନ୍ଧ୍ୟାରେ ଗୋଟିଏ ସାଂସ୍କୃତିକ ଟିମ୍ ଦ୍ବାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ତାହା ଆଦୃତ ହୋଇପାରୁନାହିଁ ବୋଲି ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତି କରି ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ ।















