ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ଖଲିକୋଟ ଗ୍ରାମସ୍ଥିତ ଶ୍ରୀ ରଘୁନାଥ ଯୁବକ ସଙ୍ଘ ଆନୁକୂଲ୍ୟରେ ଓ ଯୁବକ ସଙ୍ଘର ସଭାପତି ତପନ କୁମାର ପ୍ରଧାନ ଏବଂ ସମ୍ପାଦକ କବିନ୍ଦ୍ର ଲେଙ୍କା ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ଖଲିକୋଟ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଖଲିକୋଟ ଖେଳ ପଡିଆ ରେ ୪ର୍ଥତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି !

ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୭ଦିନ ଧରି ଅନୁଷ୍ଠିତ ହୋଇଥିବାବେଳେ ଏହି ଖେଳରେ ଖଲିକୋଟ ଷ୍ଟାର ଇଲେଭେନ,ଚିତ୍ରକୋଟମାକ୍ସ ଇଲେଭେନ ଓ ଖଲିକୋଟ ୨କୋଚି ୱାରିୟର ଅଂଶ ଗ୍ରହଣ କରିଥିଲେ ! ଆଜି କୋଚି ୱାରିୟାର୍ସ ସହିତ ଷ୍ଟାର ଇଲେଭେନ ମଧ୍ୟରେ ଫାଇନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ! ପ୍ରଥମେ ଷ୍ଟାର ଇଲେଭେନ ଟସ ଜିତି ବୋଲିଂର ନିଷ୍ପତି ନେଇଥିଲା !

କୋଚି ୱା ରିୟାର୍ସ ୧୨ଓଭର ବିଶିଷ୍ଟ ମ୍ୟାଚରେ ୬ଉଇକେଟ ହରାଇ ୧୦୫ ରନ ସଂଗ୍ରହ କରିଥିବାବେଳେ ଜବାବରେ ଷ୍ଟାର ଇଲେଭେନ କ୍ରିକେଟ ଟିମ ୧୧ଓଭରରେ ୫ଉଇକେଟ ହରାଇ ୧୧୧ ରନ କରି ବିଜୟୀ ହୋଇଥିଲା ! ଏହି ଫାଇନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗେଶ୍ୱର ନାୟକ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ସ୍ବର୍ବେଶ୍ୱର ନାୟକ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ !

ଏହି ଫାଇନାଲ କ୍ରିକେଟ ଖେଳକୁ ଅମ୍ପାୟାର ଭାବେ ସୁଶୀଲ କୁମାର ସାହୁ ଓ ମାନସ କୁମାର ବରାଳ ଖେଳ ପରିଚାଳନା କରିଥିଲେ ! ଭଷ୍ୟକlର ଭାବେ ଶିକ୍ଷକ ହେମନ୍ତ କୁମାର ସାହୁ ଖେଳର ଧାରlବିବାରଣୀ ପ୍ରଦାନ କରିଥିଲେ ! ଏହି ଟୁର୍ଣ୍ଣାମେଣ୍ଟାକୁ , ଭାସ୍କର ମଙ୍ଗରାଜ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ !

ଏହି ଫାଇନାଲ ଖେଳରେ ମୁଖ୍ୟ ଅତିଥିଭାବେ ବୋଲଗଡ଼ ତହସିଲ ଦାର ବିଜୟ କୁମାର ସେଠୀ, ମୁଖ୍ୟବକ୍ତାଭାବେ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ସଂଗଠକ ତଥା ସମାଜସେବୀ ବାସୁଦେବ ସାହୁ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦିଲ୍ଲୀପ ମାନସିଂହ ଓ ୱାର୍ଡମେମ୍ବର ଚକ୍ରଧର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ,ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ !
















