ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ଉପଲଡ଼ା ଗ୍ରାମଠାରେ ଥିବା ମଣ୍ଡି ପରିସରରେ ନବନିର୍ମାଣ କୃଷକ ସଙ୍ଘଠନ ଦ୍ୱାରା ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ସରକାରଙ୍କୁ ସମାଲୋଚନା କରି କୁହାଯାଇଛିଯେ ଚାଷୀଙ୍କ ଦାବିକୁ ସରକାର ଉପେକ୍ଷା କରୁଛନ୍ତି. କୃଷି ଦ୍ୱାରା ଆଦାୟ ହେଉଥିବା ଫସଲର ଉଚିତ ମୂଲ୍ୟ ମିଳୁନାହିଁ. ମୋଟାମୋଟି ଭାବେ କୃଷି ଓ କୃଷକର ସୁରକ୍ଷା ଓ ସ୍ୱାର୍ଥରକ୍ଷାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି ସଂଘଠନର ପ୍ରତିନିଧିମାନେ ଅଭିଯୋଗ କରି କହିଛନ୍ତିଯେ ଏମଏସପି ନାମରେ ଧାନ ମଣ୍ଡିରେ କଟନୀ ଚଟନୀ ନାମରେ ଚାଷୀଙ୍କୁ ହଇରାଣ କରିବା ବନ୍ଦ କରାଯାଉ,















