• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହାଇଦ୍ରାବାଦରୁ ଫେରି ଗଣମାଧ୍ୟମକୁ ଭେଟିଲେ ମୁଖ୍ୟମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
December 23, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ହାଇଦ୍ରାବାଦରୁ ଫେରି ଗଣମାଧ୍ୟମକୁ ଭେଟିଲେ ମୁଖ୍ୟମନ୍ତ୍ରୀ
Share on FacebookShare on TwitterWhatsapp

ଦୁଇଟି ରାଉଣ୍ଡଟେବୁଲ- ଫାର୍ମା, ଡିଫେନ୍ସ

୮ଟି ଫାର୍ମା କମ୍ପାନୀ ସହିତ ଆଲୋଚନା, ପ୍ରତିରକ୍ଷା କ୍ଷେତ୍ର ସମ୍ପର୍କିତ ୨୭ଟି କମ୍ପାନୀ ସହିତ ଆଲୋଚନା

୨୦୨୬ ଜାନୁଆରୀ ୨୮, ୨୯ ରେ ରାଉରକେଲାରେ ହେବ
‘ଏଣ୍ଟରପ୍ରାଇଜ୍ ଓଡିଶା’

ଆଗାମୀ ତିନି ମାସର ମୁଖ୍ୟ ଫୋକସ୍ ହେଉଛି ନିବେଶ ପ୍ରସ୍ତାବ ଗୁଡିକୁ କାର୍ଯ୍ୟକାରୀ କରି ପ୍ରକଳ୍ପ ଶିଳାନ୍ୟାସ କରିବା

‘ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ’ରେ ଉନ୍ନତି ପାଇଁ
ବିଭିନ୍ନ ଆଇନ୍‌ରେ ୨୩ଟି ସଂଶୋଧନ କରାଯାଉଛି

ଓଡିଶାରେ ଡିଫେନ୍ସ ମାନୁଫାକ୍‌ଚରିଂ ଇକୋ-ସିଷ୍ଟମର ବିକାଶ କରାଯିବ

ଶିଳ୍ପପତିମାନଙ୍କ ଅନୁଭବ ହେଉଛି- ଆଗାମୀ ଦିନରେ ଓଡିଶା ହେବ ଦେଶର ଗ୍ରୋଥ୍ ଇଞ୍ଜିନ

ଶିଳ୍ପାୟନର ସଫଳତା ପଛରେ ରହିଛି ମୋଦୀଜୀଙ୍କ ‘ମିଡାସ୍ ଟଚ୍‌’

ଓଡିଶା ପ୍ରତି ନିବେଶକ ମାନଙ୍କର ଆସ୍ଥା କ୍ରମାଗତ ଭାବେ ବୃଦ୍ଧି ପାଉଛି

ହାଇଦ୍ରାବାଦ ଅଭିଜ୍ଞତା ଖୁବ୍ ଉତ୍ସାହଜନକ, ସନ୍ତୋଷଜନକ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ହାଇଦ୍ରାବାଦରେ ଆୟୋଜିତ ୨ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କହିଛନ୍ତି । ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନାଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହାଇଦ୍ରାବଦ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ଯେ, ନିବେଶକ ମାନଙ୍କ ଓଡିଶା ପ୍ରତି ଦୃଢ ବିଶ୍ବାସ ରହିଛି। ଦୁଇଦିନ ଧରି ବିଭିନ୍ନ ଶିଳ୍ପପତି ଓ ନିବେଶକ ମାନଙ୍କ ସହିତ ଆଲୋଚନା କରିବା ପରେ ଏହାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ବୋଲି ପ୍ରକାଶ କରି ‘ଏହି ଅଭିଜ୍ଞତା ମୋ ପାଇଁ ଖୁବ୍ ସନ୍ତୋଷଜନକ’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା ପ୍ରସଙ୍ଗରେ ମତଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଳ୍ପକ୍ଷେତ୍ରରେ ବ୍ୟାପକ ସମ୍ଭାବନା ଠାରୁ ଏହାର ବାସ୍ତବ ରୂପାୟନ ପର୍ଯ୍ୟନ୍ତ ଓଡ଼ିଶାର ଶିଳ୍ପ ଯାତ୍ରା ଆଜି ଖୁବ୍ ମଜବୁତ୍ ହୋଇଛି। ସେ କହିଥିଲେ ଯେ ଶିଳ୍ପାୟନ କ୍ଷେତ୍ରରେ ଓଡିଶାର ସଫଳତାର ମୂଳରେ ରହିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ମିଡାସ୍ ଟଚ୍, ବା ଯାଦୁକରୀ ସ୍ପର୍ଶ ହେଉଛି ଶିଳ୍ପାୟନରେ ଆମ ସଫଳ ଯାତ୍ରାର ବାସ୍ତବ ରହସ୍ୟ ।

ସୂଚନାଯୋଗ୍ୟ ଯେ, ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଏକ ବ୍ୟାପକ ନିବେଶ ଅଭିଯାନର ନେତୃତ୍ୱ ନେଇ ହାଇଦ୍ରାବାଦ୍ ଯାଇଥିଲେ। ଦୁଇ ଦିନ ବ୍ୟାପୀ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ୭୩ଟି ଉଚ୍ଚସ୍ତରୀୟ ବୈଠକ ଏବଂ ୨ଟି କ୍ଷେତ୍ରୀୟ ରାଉଣ୍ଡଟେବୁଲ ଆଲୋଚନା କରିଥିଲେ। ପ୍ରଥମ ରାଉଣ୍ଡଟେବୁଲ ଆଲୋଚନା ଫାର୍ମାସେକ୍ଟର ଉପରେ ଆଧାରିତ ଥିଲା ଏବଂ ଆଠଟି ପ୍ରମୁଖ ଫାର୍ମା କମ୍ପାନୀ ସହିତ ଏହି ଆଲୋଚନା କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡଟେବୁଲ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ସମ୍ପର୍କିତ ୨୭ଟି କମ୍ପାନୀ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଫାର୍ମା ଏବଂ ପ୍ରତିରକ୍ଷା, ଏହି ଦୁଇଟି କ୍ଷେତ୍ର, ବର୍ତ୍ତମାନ ଓଡ଼ିଶାରେ ନଗଣ୍ୟ; ଏହି ଦୁଇଟି ରାଉଣ୍ଡଟେବୁଲ ଆଲୋଚନା ଦ୍ବାରା ଏହି ଦୁଇଟି କ୍ଷେତ୍ରରେ ନିବେଶକଙ୍କୁ ଆକର୍ଷିତ କରାଯାଇଛି। ଦୁଇ ଦିନରେ ସେ ନିଜେ ୩୮ ଜଣ ଶିଳ୍ପପତିଙ୍କ ସହିତ One to One ଆଲୋଚନା କରିଛନ୍ତି ବୋଲି କହିଥିଲେ । ଏହି ବୈଠକରେ ଔଷଧ ଏବଂ ଚିକିତ୍ସା ଉପକରଣ, ପ୍ରତିରକ୍ଷା ଉତ୍ପାଦନ, ନବୀକରଣୀୟ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଡାଟା ସେଣ୍ଟର, ବୟନ ଏବଂ ବୈଷୟିକ ବୟନ ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକରେ ନିବେଶ ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ହାଇଦ୍ରାବାଦରେ ଅନୁଷ୍ଠିତ ଏକ ମେଗା ଓଡ଼ିଶା ନିବେଶକ ରୋଡଶୋ ୫୦୦ ରୁ ଅଧିକ ଶିଳ୍ପପତି, ବ୍ୟବସାୟିକ ସଂଗଠନ ଏବଂ ଆନୁଷ୍ଠାନିକ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା ଦ୍ବାରା ଶିଳ୍ପପତିମାନେ ଓଡ଼ିଶାର ଶିଳ୍ପ ପରିବେଶ, ଭିତ୍ତିଭୂମି ଏବଂ ନୀତି-ଚାଳିତ ଅଭିବୃଦ୍ଧି ମଡେଲ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପାଇ ପାରିଥିଲେ।

ମୁଖ୍ୟମନ୍ତ୍ରୀ ନିଜେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ପାଇଁ ତାଙ୍କର ଦୃଷ୍ଟିକୋଣ ଏବଂ ଉତ୍ପାଦନ ଓ ସେବା କ୍ଷେତ୍ରର ବିକାଶ ପାଇଁ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ଶିଳ୍ପାୟନ ପାଇଁ ଆମର ରୋଡ୍ ମ୍ୟାପରେ ଏକ ନୂଆ ମାଇଲ୍ ଷ୍ଟୋନ୍ ସ୍ଥାପନ ହେବାକୁ ଯାଉଛି। ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ରାଉରକେଲାରେ ଏଣ୍ଟରପ୍ରାଇଜ୍ ଓଡିଶା ଅନୁଷ୍ଠିତ ହେବ। ଏହା ସହିତ କଲିକତାରେ ମଧ୍ୟ ଏକ ଶିଳ୍ପ କନ୍‌କ୍ଲେଭ୍ ହେବାର ଯୋଜନା ରହିଛି।

ସେ କହିଥିଲେ ଯେ, ଓଡିଶାରେ ନିବେଶକୁ ସହଜ ଓ ସରଳ କରିବା ପାଇଁ, ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍‌ରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଆଇନ୍‌ରେ ପ୍ରାୟ ୨୩ଟି ସଂଶୋଧନ କରାଯାଉଛି। ବହୁତ୍ ପୁରୁଣା ଆଇନ୍, ଯାହାର ବର୍ତ୍ତମାନ କୌଣସି ଆବଶ୍ୟକତା ନାହିଁ, ସେଗୁଡିକ ସଂଶୋଧନ କରାଯାଇ, ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦେଇ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ ଆଗାମୀ ତିନି ମାସରେ ଆମର ମୁଖ୍ୟ ଫୋକସ ହେଉଛି ଯେଉଁ ସବୁ ପ୍ରସ୍ତାବ ଆସିଛି ତାକୁ ଯେପରି ବାସ୍ତବରେ ପରିଣତ କରାଯାଇ ପ୍ରକଳ୍ପ ଗୁଡିକୁ ଗ୍ରାଉଣ୍ଡିଙ୍ଗ କରାଯିବ। ପ୍ରକଳ୍ପ ଗୁଡିକ କ୍ଷୀପ୍ରଗତିରେ କାର୍ଯ୍ୟକାରୀ ହୋଇପାରିଲେ ନିବେଶକ ମାନଙ୍କ ଭରସା ଆହୁରି ବୃଦ୍ଧି ପାଇବ ବୋଲି ସେ କହିଥିଲେ।

ଏହି ଗସ୍ତ ସମୟରେ, ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ହାଇଦ୍ରାବାଦରେ ଥିବା ପ୍ରତିରକ୍ଷା ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଭାରତ ଡାଇନାମିକ୍ସ ଲିମିଟେଡ୍ (BDL) ମଧ୍ୟ ଗସ୍ତ କରିଥିଲେ। ଭାରତର ପ୍ରତିରକ୍ଷା ଏବଂ ମହାକାଶ ଉତ୍ପାଦନ ଇକୋସିଷ୍ଟମ ସହିତ ଓଡ଼ିଶାର ସମ୍ପର୍କକୁ ଆହୁରି ଗଭୀର କରିବା ଥିଲା ଏହି ଗସ୍ତର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ମଧ୍ୟ ଡିଫେନ୍ସ ମାନୁଫାକ୍‌ଚରିଂ ଇକୋ-ସିଷ୍ଟମର ବିକାଶ କରାଯିବ। ଏଥିପାଇଁ MSME, ଷ୍ଟାର୍ଟଅପ୍, ଦକ୍ଷ ମାନବ ସମ୍ବଳ ଓ ପ୍ରିସିସନ୍‌ ମାନୁଫାକଚରିଂ ଉପରେ ଗୁରୁତ୍ବ ଦିଆଯିବ। ଓଡିଶାରେ ମିଜାଇଲ୍ କମ୍ପୋନେଣ୍ଟ ନିର୍ମାଣ ଉପରେ ପ୍ରସ୍ତୁତି କରାଯାଉଛି ବୋଲି ସେ କହିଥିଲେ।

ଗସ୍ତ ସମୟରେ ତେରଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବା ସହିତ ₹୨୭,୬୫୦ କୋଟି ଟଙ୍କାର ନିବେଶ ସୁଯୋଗ ମିଳିଛି । ଏହାଦ୍ବାରା ୧୫,୯୦୫ ନିଯୁକ୍ତି ସୃଷ୍ଟି ହେବ । ଏହା ବ୍ୟତୀତ ୯ଟି ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫାଇଲିଂ (IIF) ମଧ୍ୟ ହୋଇଥିଲା । ଏହାଦ୍ବାରା ୩୯,୧୩୧ କୋଟିର ଅଧିକ ନିବେଶ ସମ୍ଭାବନା ଏବଂ ୪୦,୪୩୫ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ମୋଟ ଉପରେ, ହାଇଦ୍ରାବାଦ ରୋଡଶୋ ₹ ୬୬,୭୮୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ସୃଷ୍ଟି କରିଛି, ଯାହା ୫୬,୩୪୦ ନିଯୁକ୍ତି ସମ୍ଭାବନା ସହିତ ଏହାକୁ ଓଡ଼ିଶା ସରକାରଙ୍କ ନେତୃତ୍ୱରେ ସବୁଠାରୁ ସଫଳ ନିବେଶ ପ୍ରସାର କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କରିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍କର୍ଷ ଓଡିଶା ୨୦୨୫ ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡିଶାରେ ୪,୩୮,୨୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି ଏବଂ ଏହାଦ୍ବାରା ୨,୫୫,୮୧୭ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ସେ ପୁଣି କହିଥିଲେ ଯେ ଗତ ୧୮ ମାସରେ ୨.୧୦ ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହାଦ୍ବାରା ୧,୬୩,୭୨୫ଟି ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି। ଏହି ସମୟ ମଧ୍ୟରେ ଓଡିଶାରେ ଫାର୍ମା କନ୍‌କ୍ଲେଭ୍, ଟେକ୍ସଟାଇଲ୍ କନ୍‌କ୍ଲେଭ୍ ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ କନ୍‌କ୍ଲେଭ୍‌ରେ ଓଡିଶା ଦୁଇଟି MoU କରିଥିଲା। ତେଣୁ, ଶିଳ୍ପାୟନ ପାଇଁ ନିୟମିତ ଭାବରେ ଆମର ଫୋକସ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ଅଂଶଗ୍ରହଣ କରୁଥିବା ଶିଳ୍ପ ନେତାମାନେ ଓଡ଼ିଶାର ସ୍ପଷ୍ଟ ନୀତି, ଭିତ୍ତିଭୂମିରେ ଉନ୍ନତି, ଦାୟିତ୍ବବାନ ଶାସନ ଏବଂ ସମସ୍ତ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଂପୃକ୍ତି ଯୋଗୁ ଓଡିଶା ଉପରେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ବୋଲି ମତ ଦେଇଥିଲେ। ‘ଯେହେତୁ ସମସ୍ତ ଶିଳ୍ପ ପ୍ରକଳ୍ପ ଗୁଡିକୁ ମୁଁ ବ୍ୟକ୍ତିଗତ ଭାବେ ମନିଟରିଂ କରୁଛି, ସେଥିପାଇଁ ଶିଳ୍ପପତିମାନେ ଓଡିଶା ପ୍ରତି ଖୁବ୍ ଉତ୍ସାହିତ ଅଛନ୍ତି’। ନିବେଶକ ମାନେ ବର୍ତ୍ତମାନ ଅନୁଭବ କରୁଛନ୍ତି ଯେ ଓଡିଶା ହେଉଛି ଆଗାମୀ ଦିନର ଭାରତର ଗ୍ରୋଥ୍ ଇଞ୍ଜିନ୍।

ଔଷଧ, ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ନବୀକରଣୀୟ ଶକ୍ତି, ଆଇଟି, ବୟନଶିଳ୍ପ ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ନିବେଶକ ମାନଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଏହା ଏକ ବହୁମୁଖୀ, ମୂଲ୍ୟଯୁକ୍ତ ଓ ନିଯୁକ୍ତି-ସୃଷ୍ଟିକାରୀ ଶିଳ୍ପ ଅର୍ଥନୀତି ଆଡ଼କୁ ଓଡ଼ିଶାର ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ । ଉତ୍କର୍ଷ ଓଡ଼ିଶା ୨୦୨୫ ଗୋଟିଏ ବର୍ଷ ପୂରଣ କରିବାକୁ ନିକଟତର ହେଉଥିବାରୁ ହାଇଦ୍ରାବାଦ ଗସ୍ତର ସଫଳତା ଓଡ଼ିଶାର ଶିଳ୍ପ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ, ଏହି ପଦକ୍ଷେପ ନିବେଶକଙ୍କ ବିଶ୍ୱାସକୁ ବାସ୍ତବରେ ସୁଦୃଢ କରିପାରିଛି। ନିବେଶ ଆକର୍ଷଣ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ନିଯୁକ୍ତି ସୃଷ୍ଟିରେ ଅଭିବୃଦ୍ଧି ଏହାର ପ୍ରମାଣ।

ସେ କହିଥିଲେ ଯେ, ଶିଳ୍ପ ବିକାଶରେ ଆମର ଅଭିପ୍ରାୟ ବାସ୍ତବରେ ରୂପାନ୍ତରିତ ହେଉଛି। ଏହି ସଫଳତା ହେଉଛି ତା’ର ପ୍ରମାଣ । ଓଡ଼ିଶାର ଅଭିବୃଦ୍ଧିର କାହାଣୀ ଉପରେ ନିବେଶକ ମାନଙ୍କ ବଢ଼ୁଥିବା ଆତ୍ମବିଶ୍ୱାସକୁ ଏହା ପ୍ରତିଫଳିତ କରୁଛି । ଏହି ଗସ୍ତର ସାରାଂଶକୁ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ଅଭିବୃଦ୍ଧି ପାଇଁ ଓଡ଼ିଶାର ମୂଳମନ୍ତ୍ର ହେଉଛି ଭରସା, ନିରନ୍ତର ପ୍ରୟାସ ଏବଂ ଦୀର୍ଘସ୍ଥାୟୀ ସହଭାଗୀତା । ଏହି ପ୍ରେସ୍ ମିଟ୍ ସମୟରେ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଧାୟକଗଣ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026

Recent News

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version