ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣସାହି ସ୍ଥିତ ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ଠାରେ ପ୍ରତିଷ୍ଠିତ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ୍ ଓ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ନୈବେଦ୍ୟର ମିଳିତ ଆନୁକୁଲ୍ୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଅଛି। ଯେଉଁଥିରେ ଦକ୍ଷିଣ ଓଡିଶାର ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ ସଦ୍ୟ ପ୍ରକାଶିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଯୁବ ପ୍ରତିଭା ସମ୍ମାନରେ ପୁରସ୍କୃତ ହୋଇଥିବା ଯୋଗୁଁ ତାଙ୍କୁ ଉତ୍ସାସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।















