ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡ଼ିଶା ବଲାଙ୍ଗୀର ଜିଲ୍ଲାରେ ଗତ ନିର୍ବାଚନରେ ବହୁ ସଂଖ୍ୟାରେ ବିଧାନସଭା ଆସନ ପାଇ ଥିବା ବେଳେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସଫଳତା ପାଇଥିଲେ । ପୂର୍ବତନ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ବର୍ତ୍ତମାନ ରାଜ୍ୟ ଉପସଭାପତି ପଦରେ ରହିଛନ୍ତି ବର୍ତ୍ତମାନ ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ନେତୃତ୍ୱରେ ବିଜେପି ଦଳ ସାରା ଜିଲ୍ଲାରେ ସକ୍ରିୟ ଅଛି ।
ଶ୍ରୀ ବେହେରାଙ୍କ ନେତୃତ୍ବରେ ବିଜେପି ଜିଲ୍ଲା ସଂଗଠନ ସମ୍ପ୍ରସାରଣ ପର୍ବ ପାଳନ କରାଯାଇଛି । ଶ୍ରୀ ବେହେରା ଉପଚାରିକ ରୂପେ ଯୁବା ନେତା ବେଦବ୍ୟାସ ନାଗଙ୍କୁ ଜିଲ୍ଲା ଉପସଭାପତି ତଥା ବରିଷ୍ଠ ନେତା ପୁରନ୍ଦର ବାଗକୁ ଜିଲ୍ଲା ସମ୍ପାଦକ ଭାବେ ଘୋଷଣା କରିଛନ୍ତି ।
ଗତ ବିଧାନସଭାରେ ନିର୍ବାଚନରେ ଉଭୟଙ୍କ ଦଳ ପ୍ରତି ସମର୍ପଣ ଓ ସକ୍ରିୟତା ଦଳ ଭଳଭାବେ ଜାଣିଛି । ଆଗମୀ ପଞ୍ଚୟତ ନିର୍ବାଚନ ତାଙ୍କର ଭୁମିକା ଗୃତପୂର୍ଣ ବୋଲି ଶ୍ରୀବସ୍ତ୍ର ବେହେରା କରିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ସହିତ ଅନ୍ୟ ପଦାଧୂକାରୀ,କର୍ମକର୍ତା ସହିତ ବିଭିନ୍ନ ସଂସ୍ଥା ପକ୍ଷରୁ ଉଭୟଙ୍କୁ ଶୁଭକାମନା ଦିଆଯାଇଛି ।














