ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକ୍ ତୁରିନ୍ତିରା ଗ୍ରାମ ପଞ୍ଚାୟତର ଆଇତଳଙ୍ଗ ଗ୍ରାମର ଅସହାୟ ଗରିବ, ଅର୍ଥହୀନ ଶରତ ଚନ୍ଦ୍ର ଭୋଇଙ୍କ ଦେହ ଖରାପ ଥିବାର ଖବର ପାଇ ବାଲିଅନ୍ତା ବ୍ଲକ୍ ଓ ବାଲିପାଟଣା ବ୍ଲକର ସମସ୍ତ ସଂଗ୍ରାମୀ ଦଳିତ ନେତା ଓ ଜୟଦେବ ନ୍ୟୁଜ୍ ଆଣ୍ଡ ମିଡିଆ ଫାଉଣ୍ଡେସନର ସହଯୋଗରେ ଏକ ମାସର ରାସନ ସାମଗ୍ରୀ ସହ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବାଲିଅନ୍ତା ବ୍ଲକର ଦଳିତ ନେତା ସନ୍ତୋଷ ଭୋଇ, ବାସୁଦେବ ଭୋଇ,ବେଣୁଧର ଭୋଇ, ଦିଗା (ପପୁ) , ଦୀପକ ଭୋଇ, ଶୁଭକାନ୍ତ ବେହେରା, ସ୍ଥାନୀୟ ୱାର୍ଡ ମେମ୍ବରଙ୍କ ସହ ଜୟଦେବ ନ୍ୟୁଜର ସମ୍ପାଦକ ତଥା ଜୟଦେବ ନ୍ୟୁଜ୍ ଆଣ୍ଡ ମିଡିଆ ଫାଉଣ୍ଡେସନର ଚେୟାରମ୍ୟାନ୍ ଗଗନ ଭୋଇ ଗରୀବ ଶରତଙ୍କ ଚିକିତ୍ସା ଲାଗି ଏବଂ ପିଲାଙ୍କ ପଢା ଓ ଖାଇବା ପାଇଁ ସହାୟତାର ହାତ ବଢାଇଛନ୍ତି ।















