କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ଚିତ୍ତରଞ୍ଜନ ସେବା ସଦନର ସଭା ଗୃହରେ ଭାରତୀୟ ଚିକିତ୍ସକ ସଂଘ ପ୍ରାଚୀ ଶାଖାର ସଦସ୍ୟ ଏଵଂ ପ୍ରାଚୀ ନଦୀର ଉଭୟ ପାର୍ଶ୍ଵରେ ଥିବା ଔଷଧ ବ୍ୟବସାୟୀ ମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଚିକିତ୍ସକ ସଂଘର ସଭାପତି ଡାକ୍ତର ଅଧିରାଜ ପରିଡ଼ା ଏବଂ ସମ୍ପାଦକ ଡାକ୍ତର ଚିତ୍ତରଞ୍ଜନ ମିଶ୍ର ମଞ୍ଚାସୀନ ରହି ବୈଠକକୁ ପରିଚାଳନା କରିଥିଲେ।

ପ୍ରାରମ୍ଭରେ ନିଆଳି, ଅଡଶପୁର, ଚାରିଛକ, ନିମାପଡ଼ା, କାକଟପୁର ଓ ଗୋପ ଅଞ୍ଚଳରୁ ଆସିଥିବା ଔଷଧ ବ୍ୟବସାୟୀ ଓ ଫାର୍ମାସିଷ୍ଟମାନେ ସେମାନଙ୍କର ପରିଚୟ ପ୍ରଦାନ ପୂର୍ବକ ସ୍ବାସ୍ଥ୍ୟ ସେବାର ମାନ ଉନ୍ନତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ନିଜର ମତାମତ ଦେଇଥିଲେ। ଚିକିତ୍ସକମାନେ ପରସ୍ପର ଭିତରେ ଉତ୍ତମ ବୁଝାମଣା ରଖି ସମନିତ୍ଵ ଭାବରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଚିତ୍ତରଞ୍ଜନ ସେବା ସଦନର ପ୍ରଶାସନିକ ଅଧିକାରୀ ପ୍ରଫେସର ସୌମ୍ୟରଞ୍ଜନ ମିଶ୍ର ଡାକ୍ତର ଏବଂ ଔଷଧ ବ୍ୟବସାୟୀମାନଙ୍କର ଏକ ଦୃଢ଼ ସଂଗଠନର ଆବଶ୍ୟକତା ଅଛି ବୋଲି କହିଥିଲେ। ବୈଠକ ଚାଲିଥିଲା ବେଳେ କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବିକ୍ରମ କେଶରୀ ରାୟ ଉପସ୍ଥିତ ହୋଇ ଡାକ୍ତର ଚିତ୍ତରଞ୍ଜନ ମିଶ୍ରଙ୍କୁ ଶରତ ପୂଜାରୀ ବରିଷ୍ଠ ଅଭିନେତା ସମ୍ମାନରେ ଏବଂ ଚିତ୍ତରଞ୍ଜନ ସେବା ସଦନକୁ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ଚିକିତ୍ସା ଅନୁଷ୍ଠାନ ଭାବରେ ସମ୍ମାନିତ କରିଥିଲେ।

ଚିତ୍ତରଞ୍ଜନ ସେବା ସଦନର ବହୁ କର୍ମଚାରୀ ଏକତ୍ରିତ ଭାବରେ ଅନୁଷ୍ଠାନର ମାନପତ୍ର ଗ୍ରହଣ କରିଥିଲେ। ବୈଠକରେ ଔଷଧ ବ୍ୟବସାୟୀମାନଙ୍କ ପକ୍ଷରୁ ନିଆଳିର ପ୍ରୁଥିରାଜ,ରତ୍ନାକର, ଚାରିଛକର ବିଦେଶ, ରଞ୍ଜିତ ଏବଂ ନିମାପଡ଼ାର ଅକ୍ଷୟ, ମନୋଜ, ନୃସିଂହ ତାଙ୍କର ମତାମତ ଉପସ୍ଥାପନ କରିଥିଲେ ବୈଠକ ପାଇଁ ମଧ୍ୟାହ୍ନ ଭୋଜନ ଅୟୋଜନ କରିଥିବା XEMEX COMPANY ଅଧିକାରୀ ତାରିଣୀ ଦାସ ଓ ଅମିତ୍ ବୈଠକରେ ସହଯୋଗରେ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ। ବୈଠକ ଶେଷ ପ୍ରଶାସନିକ ଉନ୍ନୟନ ଅଧିକାରୀ ସମୀର କାନ୍ତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।














