No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗତ ନିର୍ବାଚନ ସମୟରେ ଅଙ୍ଗନୱାଡି କର୍ମୀଙ୍କ ଭତ୍ତା ବୃଦ୍ଧି ଘୋଷଣା ପାଇଁ ଦେଇଥିବା ପ୍ରତିଶ୍ରୁତି ପରେ ବର୍ତ୍ତମାନ କ୍ଷମତାସୀନ ସରକାର ଏହାକୁ କାର୍ଯ୍ୟକାରୀ ନକରିବା ପ୍ରତିବାଦରେ ଓ ତୁରନ୍ତ ଭତ୍ତା ବୃଦ୍ଧି ଘୋଷଣା ଓ ଅନ୍ୟାନ୍ୟ ଦାବିରେ ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ତରଫରୁ ଡିସେମ୍ବର ୧୨ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ସମାବେଶ ପାଇଁ ଆଜି ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆହ୍ୱାନ ଦିଆଯାଇଛି ।

ଏଥିରେ ବକ୍ତବ୍ୟ ଦେଇ ସଂଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଗତ ଡିସେମ୍ବର ତା୧୯ ୨୦୨୫ ରିଖରେ ସଂଘ ତରଫରୁ ଆହୁତ ବିକ୍ଷୋଭ ପୂର୍ବରୁ ବିଭାଗୀୟ ସଚିବ ଓ ଅଧିକାରୀଙ୍କ ସହ ଆଲୋଚନା ଅନୁଯାୟୀ ପ୍ରଦତ୍ତ ଦାବିଗୁଡ଼ିକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲେ ସୁଦ୍ଧା ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ହେଲେ ଦାବି ସମାଧାନ କରାଯାଇ ନାହିଁ । ତେଣୁ ଆଗାମୀ ଆନ୍ଦୋଳନକୁ ସଫଳ ପାଇଁ ଆହ୍ୱାନ ଦେଇଥିଲେ ।
ଅଙ୍ଗନୱାଡି କର୍ମୀଙ୍କ ବିଭିନ୍ନ ଦାବି ଯଥା ଫେସ୍ କ୍ୟାପ୍ଚର ଓ ଇକେୱାଇସି ଅପ୍ଡେଟ୍ କରିବା ନିଷ୍ପତ୍ତି ପ୍ରତ୍ୟାହାର, ଗତ ୨୦୨୦ ମସିହାରେ ଯେଉଁ ମୋବାଇଲ୍ ପ୍ରଦାନ କରାଯାଇଥିଲା ତାହା ବ୍ୟବହାର ଉପଯୋଗୀ ନୁହେଁ । ଯେଉଁ ଏଲ୍ଜି ମୋବାଇଲ୍ ୨ ଜି’ର ପ୍ରଦାନ କରାଯାଇଥିଲା ତାହାର ଯନ୍ତ୍ରାଂଶ ମଧ୍ୟ ବଜାରରେ ମିଳୁନାହିଁ । ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ହୋଇ ବଜାରରେ ୫ଜି’ର ମୋବାଇଲ୍ ଚାଲୁଥିବାବେଳେ ଭଙ୍ଗା, ପରିତ୍ୟକ୍ତ ମୋବାଇଲ୍ରେ ଏ ସମସ୍ତ ତଥ୍ୟ ଅପ୍ଲୋଡ୍ କରିବା ସମ୍ଭବ ନୁହେଁ ।

ନୂତନ ୫ଜି’ର ମୋବାଇଲ ପ୍ରଦାନ, ତେଣୁ ଅନ୍ଲିମିଟେଡ୍ ଡାଟା ପ୍ୟାକ୍ ପ୍ରଦାନ ସହ ବଜାର ଦର ଅନୁସାରେ ରିଚାର୍ଜ ଦେୟ ପ୍ରଦାନ, ଏଥିସହିତ ଗତ ନିର୍ବାଚନରେ ପ୍ରତିଶ୍ରୁତି ଅନୁସାରେ ଭତ୍ତାବୃଦ୍ଧି ସହ ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତ୍ତି ଅନୁସାରେ ୱାର୍କର ମାନ୍ୟତା, ସାମାଜିକ ସୁରକ୍ଷା, ଅବସରକାଳୀନ ଦେୟ ୫ଲକ୍ଷ ଟଙ୍କାକୁ ବୃଦ୍ଧି, ବଜାର ଦର ଅନୁସାରେ ଏସ୍ଏନ୍ପି ଦର ସଂଶୋଧନ, ସଂସଦୀୟ କମିଟି ସୁପାରିଶ ଅନୁସାରେ ଏଏନ୍ଏମ୍ ଓ ପ୍ରାଥମିକ ଶିକ୍ଷକ ପଦବୀ ପାଇଁ କୋଟା ଧାର୍ଯ୍ୟ, ଅଘୋଷିତ ଭାବରେ ବନ୍ଦ ହୋଇଥିବା ୫ବର୍ଷ ଓ ୧୦ବର୍ଷର ଇନ୍କ୍ରିମେକ୍ଷଗ୍ଧ; ଓ ବିଭିନ୍ନ ବୈଠକ ପାଇଁ ଟିଏ. ଡିଏ ପ୍ରଦାନ ଆଦି ଦାବିରେ ଆନ୍ଦୋଳନକୁ ସଫଳ ପାଇଁ ଆହ୍ୱାନ ଦିଆଯାଇଛି ।
ଉକ୍ତ ବୈଠକରେ ମମତାଜ ଖୁଌକ୍ଷଗ୍ଧ;ିଆ, ବିଷ୍ଣୁପ୍ରିୟା ଜେନା,ମଳୟ ମଞ୍ଜରି ଜେନା, ସୌଦାମିନୀ ଦାସ, ମାଣିକେଶ୍ୱରୀ ପଟ୍ଟନାୟକ, କମଳା ମୁର୍ମୁ, ଉଜ୍ଜୟିନୀ ଦିକ୍ଷୀତ, ଶରତ ସାହୁ, ସୁକାନ୍ତି ପରିଡ଼ା, ସ୍ୱର୍ଣ୍ଣଲତା ପ୍ରଧାନ, ଅହଲ୍ୟା ପାଣ୍ଡି, ଜ୍ୟୋତ୍ସ୍ନା ସାମନ୍ତରାୟ, ସାବିତ୍ରୀ ପଣ୍ଡା, ଭାରତୀ ନାଏକ, ସୁଷମା ପାତ୍ର, ସଂଯୁକ୍ତା ସିଂ, ଶଶିରେଖା ଦାସ, ଦେବହୃତି ବିଶ୍ୱାଳ, ବାସନ୍ତୀ ସ୍ୱାଇଁ, ବୀଣାପାଣି ସାହୁ, ଲକ୍ଷ୍ମୀପ୍ରିୟା ଦାସ, କଲ୍ୟାଣୀ ସାହୁ, ଆରତୀ ଦାସ ମହାପାତ୍ର, ଲକ୍ଷ୍ମୀପ୍ରିୟା ମହାପାତ୍ର, ପଙ୍କଜିତା ଶବର, ଗୀତା ଦେବୀ, ନର୍ମଦା ନାହକ, ବବିତା ଦାସ, ପ୍ରତିମା ଦାସ, ବାସନ୍ତୀ ସାହୁ, ମୀତା ମିଶ୍ର, ଭାନି ପୁଜାରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

No Result
View All Result