
ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର) କଟକ, ମାହାଙ୍ଗା, :- ଏଭଳି ନୃଶଂସ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡିର ଇଟାମୁଣ୍ଡଳୀ ଗ୍ରାମରେ, ସୂଚନା ଅନୁଯାଇ ବିବାହ କରିବା ପାଇଁ ଜିଦରେ ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା। ହେଲେ ପ୍ରେମିକ ଘର ଲୋକେ ବୋହୁ କରିବାକୁ ମନାକରିବା ସହ ଉକ୍ତ ଯୁବତୀଙ୍କୁ ନିର୍ଧୁମ ମାଡ ମାରି ନାଳ ପାଣିରେ ରାତି ଅଧରେ ରେ ଫୋପାଡି ଦେଲେ । ସେପଟେ ଗାଁ ଲୋକେ ଆସି ତାଙ୍କୁ ଉଦ୍ଧାର କଲେ, ତେବେ ଏହି ଥାନା ଲଷ୍ମୀନାରାୟଣପୁର ଗ୍ରାମର ଅର୍ଚନା ବେଜ ନାମକ 19ବର୍ଷୀୟ ଯୁବତୀ ଇଟାମୁଣ୍ଡଳୀ ଗ୍ରାମର ଟୁନ ମଲିକ ପୁଅ ଅଲେଖକୁ ଭଲପାଇ ବିଭାହ କରି ଥିଲେ, ହେଲେ ଅଲେଖ ତାକୁ ଘରକୁ ନେଇ ଦେଢ଼ମାସ ରଖିବାପରେ ଘରୁ ବାହାର କରିଦେଇଥିଲା,
ପ୍ରତାରଣାର ଶିକାର ହୋଇଥିବା ଜଣଙ୍କ ନ୍ୟାୟ ପାଇଁ ତାଙ୍କ ଘର ସମ୍ମୁଖରେ ବସିଥିବା ବେଳେ ପୁଅ ଘର ଲୋକେ ସଂଗବଧ ଭାବେ ଆକ୍ରମଣ କରି ଆଚେତ ଅବସ୍ଥାରେ ନେଇ କେନାଲ ପାଣିରେ ଫୋପାଡିଦେଲେ, ଘଟଣାର 15ଘଣ୍ଟା ଯାଏଁ ପୋଲିସ୍ ର ଦେଖା ମିଳିଲାନି । ସେପଟେ ମାଡ ମାରି ଫୋପାଡି ଦେଇଥିବା ପରିବାର ଲୋକେ ଫେରାର ହୋଇଗଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରି ଉକ୍ତ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଥିଲେ, କିଛି ଗଣମାଧ୍ୟମ ପ୍ରତିନିଧି ମାନେ ସେଠାରେ ପହଂଚି ଯୁବତୀକୁ ସେଠାରୁ ଉଦ୍ଧାର କରି ଫାଣ୍ଡିରେ ପହଞ୍ଚାଈବାପରେ ପୀଡିତା ଯୁବତୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ଉଭୟ ଉଭୟଙ୍କୁ ଦୀର୍ଘ 5 ବର୍ଷ ଧରି ଭଲପାଇ ଆସୁଥିଲେ ।
ଏହାସହ ଯୁବକ ଜଣକ ଯୁବତୀଙ୍କଠାରୁ ଅନେକ ଟଙ୍କା ମଧ୍ୟ ନେଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଯୁବକ ଜଣଙ୍କ ତାଙ୍କୁ ସ୍ତ୍ରୀ ବୋଲି ଗ୍ରହଣ କରିବାକୁ ମନା କରିବାରୁ ଯୁବତୀ ଜଣଙ୍କ ତାଙ୍କ ଘର ସାମ୍ନାରେ ବସିରହିଥିଲେ । ଏବେ ବାକି ରହିଲା ପୋଲିସ ଏହି ପୀଡିତା ଯୁବତୀଙ୍କୁ କି ନ୍ୟାୟ ଦେଉଛି, ନା ମଦ ମାଫିଆ ପ୍ରେମିକ ଅଲେଖ ପ୍ରତି କିକାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁଛି, ଗୋଟେ ପଟେ ପୀଡିତା ଯୁବତୀ କୁ ନ୍ୟାୟ ଦେବା ବଦଳରେ ଜଣେ ଲୋକ ପ୍ରରିନିଧି ଘଟଣାକୁ ଛପେଇଦେବାକୁ ପୀଡିତା ଉପରେ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରୁଥିବା ଶୁଣିବାକୁ ମିଳୁଛି, ସେଇ ଆଧାର ରେ ବି ପୋଲିସ ଅଭିଯୁକ୍ତ ମାନଙ୍କୁ କୋହଳ ମନଭାବ ଦେଖାଇ ଗିରଫ କରିବାକୁ ପଛ ଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି, (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)


















