କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜ୍ୟ ସ୍ତରୀୟ ଲୋକକଳା ମହାକୁମ୍ଭ ମହୋତ୍ସବ ପାଇଁ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲା ଅନ୍ତର୍ଗତ ଫୁଲନଖରା ନିକଟ କୁରାଙ୍ଗଶାସନ ସ୍ଥିତ ଆମ୍ରପଲ୍ଲୀ ରିସର୍ଟସ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର କଟକ ଜିଲ୍ଲାସଭାପତି ମାଗୁଣି ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର, ରାଜ୍ଯ ସଂଯୋଜଗ ନିବାସ ଚନ୍ଦ୍ର ମିଶ୍ର,

ଜିଲ୍ଲା ସଂପାଦକ ବିଚିତ୍ରା ନନ୍ଦ ତ୍ରିପାଠୀ, ରାଜ୍ୟ ସଂପାଦକ ବିନୋଦ କୁମାର ଭୋଇ , ପ୍ରାଚୀ ପ୍ରଜ୍ଞା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର, ରାଜ୍ଯ ଉପ ସଭାପତି ବିବେକାନନ୍ଦ ବେଉରା, ସମାଜସେବୀ ମନୋଜ କୁମାର ସାହୁ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇ ନୂତନ ବର୍ଷ ୨୦୨୬ ରେ ମହାସଂଘର ପ୍ରସ୍ତାବିତ ବିଭିନ୍ନ ଆଭିମୁଖ୍ୟ, ଓ କାର୍ଯ୍ୟ ଧାରା ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ବର୍ଷ ୨୦୨୬ ମସିହା ମାର୍ଚ୍ଚ ମାସରେ,

ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଆମ୍ର ପଲ୍ଲୀ ରିସର୍ଟସ ଠାରେ ରାଜ୍ୟର ଲକ୍ଷାଧିକ କଳାକାରମାନଙ୍କୁ ନେଇ ମହାକୁମ୍ଭ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜିତ ବୈଠକରେ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଉ ମଧ୍ୟ ଏହି ଉତ୍ସଵ କିପରି ପାଳନ କରାଯିବ ଏବଂ କେଉଁମାନେ ଏହାର ଦାୟିତ୍ୱରେ ରହିବେ ଏବଂ

ଏଥିରେ କେଉଁ ମାନେ ଅତିଥି ଭାବେ ଯୋଗ ଦେବେ ସେ ସଂପର୍କରେ ବିଷଦ ଭାବେ ଆଲୋଚନା କରାଯାଇ ପ୍ରସ୍ତାବମାନ ଆଗତ କରାଯାଇଥିଲା । ଏହି ଉତ୍ସଵ ପରିଚାଳନା ଲାଗି ଖାଦ୍ୟ କମିଟି, ପ୍ରଶାସନିକ କମିଟି, ଫାଇନାନ୍ସ କମିଟି, ଅଭ୍ୟର୍ଥନା କମିଟି, ଆଦି ବିଭିନ୍ନ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ଉତ୍ସବ ଲାଗି ପ୍ରାଚୀ ପ୍ରଜ୍ଞା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର ଯଥାସମ୍ଭବ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।














