ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଇନଷ୍ଟାଗ୍ରାମ ଆଇଡିରେ ଭାଇରାଲ ହୋଇଛି । ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଓ ଗର୍ଭଗୃହର ଦୃଶ୍ଯ ଘୁରି ବୁଲୁଛି । ଭାଇରାଲ କରିଥିବା ବ୍ଯକ୍ତିଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ ସିଂଙ୍କ କହିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ଚାରିଦ୍ଵାରରେ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ କରାଯାଉଥିବାବେଳେ କିଭଳି ମୋବାଇଲ ଶ୍ରୀମନ୍ଦିର ଭିତରକୁ ନେଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।















