ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର) ନୟାଗଡ :- ନୟାଗଡ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ବାରମ୍ବାର ଜଣାଉଛି ଏଇଥିପାଇଁ ଯେ ନୟାଗଡ ଦେବୋତ୍ତର କଲୋନୀର ଶ୍ରୀ ହରିବିହାର ନିକଟରେ ନିଜ ଝିଅ ଘରେ ରହୁଥିବା ୯୮ ବର୍ଷୀୟା ( ପ୍ରଭାତୀ ଦିବ୍ୟା ) ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ଚାନ୍ଦପୁର ସ୍ଥିତ କୋଭିଡ କେୟାର ସେଣ୍ଟରରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ କରୋନା ରୋଗକୁ ଯୁଦ୍ଧରେ ହରାଇ ସୁସ୍ଥ ହୋଇ ପୁନର୍ବାର ନୟାଗଡ ସ୍ଥିତ ନିଜ ଝିଅଙ୍କ ଘରେ ଅବସ୍ଥାନ କରୁଛନ୍ତି,
ଏଇଥିରୁ ନୟାଗଡ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ କରୋନା ରୋଗକୁ ପ୍ରତିହିତ କରିବାପାଇଁ ଯୁଦ୍ଧ କାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଥିବାର ଆନ୍ତରିକ ଉଦ୍ୟମ ଜଣାପଡୁଛି । ସେଥିପାଇଁ ନୟାଗଡ ଜିଲ୍ଲା ପ୍ରଶାସନ ଏବଂ ରାଜ ସରକାରଙ୍କ କୋଭିଡ ପରିଚାଳନାର ଦକ୍ଷତା ନିଶ୍ଚିତ ଭାବେ ପ୍ରଶଂସନୀୟ|ଉତ୍ତମ ସେବା ପ୍ରଦାନ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଆଉ ରାଜ୍ୟସରକାରଙ୍କୁ ସାଧୁବାଦ ଜଣାଇଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ । ( ରିପୋର୍ଟ /ରାମକୃଷ୍ଣ ରଥ )













