ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳ କର୍ଜଣ୍ଡି ଜଙ୍ଗଲରେ ରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଘଟଣା ଶୁକ୍ରବାର ପ୍ରତ୍ୟୁଷ ରେ ଗ୍ରାମବାସୀ ମାନେ ଜଙ୍ଗଲ ଆଡ଼କୁ ଗଲାବେଳେ ଦେଖିବା ପରେ ବନ ବିଭାଗ କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅସହ୍ୟ ଥଣ୍ଡା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ବିଷୟ ପ୍ରାଥମିକ ସ୍ପଷ୍ଟୀକରଣ ପ୍ରକାଶ କରିଛି । ହେଲେ ଏଯାବତ ପ୍ରକୃତ କାରଣ ଜଣା ପଡିନାହିଁ।.

ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ବ୍ୟବଚ୍ଛେଦ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପରେ ଉପରିସ୍ଥ ଅଧିକାରୀ ଏବଂ ନନ୍ଦନକାନନରୁ ଡାକ୍ତରୀ ଦଳ ପଞ୍ଚିବାର ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ l ଅନ୍ୟପଟେ ହାତୀଙ୍କୁ ସୁରକ୍ଷା ଦେବାରେ ବାଲିଗୁଡ଼ା ବନଖଣ୍ଡ ବିଫଳ ହେଉଥିବା ଏକ ଗୁରୁତର ଅଭିଯୋଗ ହେଉଛି । ହାତୀଙ୍କ ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ଆସୁଥିଲେ ମଧ୍ୟ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉ ନ ଥିବା କୁହାଯାଉଛି। ଗତ କିଛିଦିନ ହେବ ବେଲଘର ଅଞ୍ଚଳରେ ୯ ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିଲେ ।















