ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନୟାଗଡ଼ ଜିଲ୍ଲା ଭାପୁର ସାମ୍ବାଦିକ ପ୍ରଭାତ କୁମାର ବରାଡ଼ଙ୍କୁ ଆକ୍ରମଣ ଘଟଣାରେ ପୁଲିସର ନୀରବତା ଓ ପକ୍ଷପାତିତାକୁ ନେଇ ଆଜି ଦ୍ୱିତୀୟ ସାମ୍ବାଦିକମାନେ ନୟାଗଡ଼ ଏସ୍ପିଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏସ୍ପି ଏସ୍ ସୁଶ୍ରୀ ସାମ୍ବାଦିକମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ । ସାମ୍ବାଦିକଙ୍କ ପକ୍ଷରୁ ପ୍ରତିନିଧି ମଣ୍ଡଳୀରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସମ୍ପାଦକ ଅନୀଲ କୁମାର ପଣ୍ଡା, ନବକିଶୋର ମିଶ୍ର, ରାମକୃଷ୍ଣ ରଥ, ଶୁଭେନ୍ଦ୍ର କୁମାର ପଟ୍ଟନାୟକ, ଜୟେନ୍ଦ୍ର ବେହେରା, ଗୀତିକାନ୍ତ ପଣ୍ଡା ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।















