ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଙ୍ଗୋପ ସାଗରକୁ ପ୍ରଭାହିତ ଦେବୀ ନଦୀର ବାମପାର୍ଶ୍ଵ ଜଗତସିଂହପୁର ଜିଲ୍ଲା ବିରିଡି ତହସିଲ ଅଧୀନରେ ରହିଛି l ସେହିପରି ଡାହାଣ ପଟ କଟକ ଜିଲ୍ଲା କଣ୍ଟାପଡା ତହସିଲ ଅଧୀନରେ ରହିଛି l ପ୍ରତି ବର୍ଷ ବାଲିଘାଟ ନିଲାମ ବେଳେ ବିବାଦ ଦେଖାଦେଉଛି l ଉତ୍ତର ପାର୍ଶ୍ଵ ବନ୍ଧର ସାନ ଔବରାଇ ଘଟକୁ ଖଣି ବିଭାଗ ନିଲାମ କରିଛି l କିନ୍ତୁ ଚୁକ୍ତି ହୋଇଥିବା ଅଞ୍ଚଳରେ ବାଲି କମ ଅଛି ତେଣୁ ଘାଟ ନିଲାମ ନେଇଥିବା ବ୍ୟକ୍ତି ଜଣକ ଜୋର ଜବରଦସ୍ତ ଧମକ ଚମକ ଦେଇ ପାରି ଶଙ୍ଖାରି ସାହିରୁ ବାଲି ଉଠାଉଛି l

ଯାହାକୁନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରି ବୁଧବାର ବିରିଡି ତହସିଲଦାର ଓ ଥାନା ଆଇ ଆଇ ସି ଙ୍କୁ ଅଭିଯୋଗ କରିଛନ୍ତି l ବାଲି ନଥିବା ସ୍ଥାନରେ କିପରି ଘାଟ ନିଲାମ ପାଇଁ ରାଜସ୍ବ ବିଭାଗ ସୁପାରିଶ କଲା ସେହି ଘଟଣାକୁ ନେଇ ବିରିଡି ତହସିଲଦାର ଓ ରାଜସ୍ବ ନିରୀକ୍ଷକ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି l ଯାହାର ଫାଇଦା ବାଲିଘାଟ ନିଲାମଧାରୀ ଉଠାଉଛନ୍ତି l















