ତଥାପି ଏହା ଥମିବାର ନା’ ଧରୁନି,ଯେତେ ଧରପଗଡ ହେଉଛି, ସେତେ ବଢୁଛି। ଆଜି ଆଦର୍ଶ ଥାନା ଅନ୍ତର୍ଗତ ଖୋର୍ଦ୍ଧା ସୁନ୍ଦରା ସାହି ଅଞ୍ଚଳରେ ପୋଲିସ ଟିମ୍ ଏକ ବଡ଼ ଧରଣ ର ଚଢ଼ାଉ କରି ୬୫୦ ଗ୍ରାମ ବ୍ରାଉନ ସୁଗାର, ଜବତ କରିଛି ।ଯାହାର ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ । ଉଃ ଏଥି ସହିତ ୧୭୫ ବୋତଲ କଫ ସୀରଫ, ପ୍ୟାକିଂ ଜରି ଓ ଯନ୍ତ୍ର,ଓଜନ ମେସିନ, ତିନୋଟି ମୋବାଇଲ ଜବତ ହୋଇଛି ।
ଏ ସଂପର୍କ ରେ ପୋଲିସ ଡି ଆଇ ଜି କେନ୍ଦ୍ରାଞ୍ଚଳ ଡ଼ଃ ସତ୍ୟଜିତ ନାୟକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ କହିଥିଲେ ଯେ ବିପୁଳ ପରିମାଣର ଧଳା ଜହର ଆଣି ଗୋଟେ ପରିବାର ଲୋକ ଖୋର୍ଦ୍ଧାର ବିଭିନ୍ନ ସ୍ଥାନ ରେ କାରବାର କରି ଆସୁଥିଲେ । ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ୍ ଟିମ୍ ଏ ସଂପର୍କ ରେ ସୂଚନା ପାଇ ତିକ୍ଷଣ ନଜର ରଖିଥିଲେ ।
ପୋଲିସ ର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରି ଜଣେ ମହିଳା ଙ୍କ ସମେତ ତିନି ଜଣ ଙ୍କୁ ଗିରଫ କରିଛି ।ସମ୍ପର୍କ ରେ ଏମାନେ ମା ପୁଅ ବୋଲି ଜଣାପଡିଛି । ସେମାନେ ହେଲେ ଅଭିଜିତ୍ ଜେନା, ବିଷ୍ଣୁପ୍ରିୟା ଜେନା,ଏବଂ ଦେବାଶିଷ ପଟ୍ଟନାୟକ । ଏତେ ପରିମାଣ ର ବ୍ରାଉନ ସୁଗାର କୋଉଠୁ ଆସିଛି । ସେ ସମ୍ପର୍କ ରେ ତଦନ୍ତ ଚାଲିଛି ।

© 2023 Odisha Taza News.