ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରଣପୁର ବ୍ଲକ ରାଜସୁନାଖଳା ଅନ୍ତର୍ଗତ ରତ୍ନପୁର ସାହିସ୍ଥିତ ସନ୍ଥ ବୈଷ୍ଣବ କବି ଭକ୍ତଚରଣଙ୍କ ସାଧନାସ୍ଥଳ ତଥା ବୃନ୍ଦାବନ ଚନ୍ଦ୍ର ଦେବଙ୍କ ମଠ ଆନୁକୂଲ୍ୟରେ ଓ ବୃନ୍ଦାବନ ଚନ୍ଦ୍ର ଦେବ ମଠାଧୀସ ମହନ୍ତ ପରମାନନ୍ଦ ଦlଶ ମହାରାଜ ଏବଂ ବୃନ୍ଦାବନ ଚନ୍ଦ୍ର ଦେବ ଉର୍ନୟନ ପରିଷଦର ସଭାପତି ସଞ୍ଜୟ କୁମାର ସାହୁଙ୍କ ମିଳିତ ଆବାହକତ୍ୱରେ ମଙ୍ଗଳ ବାରଦିନ ଦ୍ଵାବିଂଶ ତମ ବାର୍ଷିକ ବିଶ୍ଵଶlନ୍ତି ମହାଯଜ୍ଞ ମହା ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଅଛି !

ଏହି ବିଶ୍ଵଶାନ୍ତି ମହାଯଜ୍ଞ ମଙ୍ଗଳ ବାରଦିନ ଶୁଭା ଧିବାସ, ଅଗ୍ନି ସ୍ଥାପନ, ବୁଧବାରଦିନ ଗୀତାଯଜ୍ଞ ଓ ଗୀତାହୁତି ପ୍ରଦାନ ଓ ଗୁରୁବାରଦିନ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ! ପ୍ରତ୍ୟେକ ଦିନ ସନ୍ଧ୍ୟlରେ ୬ଟାରୁ ରାତ୍ର ୮ସମୟରେ ଭକ୍ତି ସଂଗୀତ ପରିବେଷଣ ଓ ଅଧ୍ୟାପକ ତଥା ପ୍ରବଚକ -ପଣ୍ଡିତ ରବୀନ୍ଦ୍ର କୁମାର ସାହୁଙ୍କ ଦ୍ୱାରାରାତ୍ର ୮ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଭାଗବତ ଗୀତା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉର୍ନ୍ନୟନ ପରିଷଦର ସଭାପତି ଶ୍ରୀ ସାହୁ କହିଥିଲେ !

ପ୍ରଭୁ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ ସୁସଜିତ ବିମlନରେ ଗ୍ରାମର ସମସ୍ତ ଦେବlଳୟ ପରିଭ୍ରମଣ କରି ଠାକୁରମାନଙ୍କୁ ନିମନ୍ତ୍ରଣ କରିଥିଲେ ! ଏହି କଳସ ଶୋଭା ଯାତ୍ରାରେ ୪ଟି ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀକୁ ଗ୍ରାମର ସମସ୍ତ ଦୁଆରେ କଳସ ଓ ଦୀପପ୍ରଜ୍ବଳନ କରି ଭବ୍ୟ ସ୍ୱାଗତ କରିଥିଲେ ! ପରେ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବଙ୍କ ଯଜ୍ଞ ମଣ୍ଡପରେ ବ୍ରତଧାରୀ ଭକ୍ତମାନେ କଳସ ସ୍ଥାପନ କରିଥିଲେ !















