No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ବ୍ଲକ ଛକ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାତି ୧୦.ଟା ୩୦ ମିନିଟ ସମୟରେ ଭାରତୀୟ ଜନତା ପାର୍ଟିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପୂର୍ବତନ ସଭାପତି ସ୍ବର୍ଗତ ପ୍ରଶାନ୍ତ ସେନାପତିଙ୍କ ମର ଶରୀର ଉପରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ। ଏଠାରେ ପ୍ରକାଶ ଥାଉ କି, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝି କୋଣାର୍କ ଉତ୍ସବ କାର୍ଯ୍ୟକ୍ରମ ଶେଷ କରି ଭୁବନେଶ୍ୱର ଫେରୁଥିଲେ l

ଏହି ସମୟରେ ଭାରତୀୟ ଜନତା ପାର୍ଟି ର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପୂର୍ବତନ ସଭାପତି ସ୍ବର୍ଗତ ପ୍ରଶାନ୍ତ ସେନାପତିଙ୍କ ମରଶରୀର ଅନ୍ତିମ ସଂସ୍କାର ନିମନ୍ତେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଯାଉଥିଲା l ସତ୍ୟବାଦୀ ବ୍ଲକ ଛକ ନିକଟରେ ମୁଖ୍ୟମନ୍ତ୍ରୀ ଅଟକି ରହି ସ୍ବର୍ଗତ ସେନାପତିଙ୍କ ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବ୍ଲକ ଛକରେ ଅପେକ୍ଷା କରି ରହିଥିଲେ,ସତ୍ୟବାଦୀ ବିଧାୟକ, ଓମ ପ୍ରକାଶ ମିଶ୍ର,ପିପିଲି ବିଧାୟକ,

ଆଶ୍ରିତ କୁମାର ପଟ୍ଟନାୟକ, ପୁରୀ ଜିଲ୍ଲାପାଳ,ଦିବ୍ୟଜ୍ୟୋତି ପରିଡ଼ା,ଏସ ପି, ପ୍ରତୀକ ସିଂ, ଏସ ଡି ପି ଓ,ଦେବାଶିଷ ମିଶ୍ର, ବିଡ଼ିଓ, ଦେବାଶିଷ ନାୟକ, ତହସିଲଦାର, ସନ୍ତୋଷ କୁମାର ପାଣିଗ୍ରାହୀ,ଅତିରିକ୍ତ ତହସିଲଦାର, ଓମ ପ୍ରକାଶ ପରିଡ଼ା ଆଇ ଆଇ ସି, ବିଜୟ କେତନ ବେହେରା ଜିଲ୍ଲା ପରିଷଦ ସଭ୍ୟା ବିଷ୍ନୁପ୍ରିୟା ବରାଳ, ବରିଷ୍ଠ ନେତା ଦୀପକ ଶତପଥି, ଉମେଶ ଚନ୍ଦ୍ର ପ୍ରଧାନ,ଅଶୋକ ରାଉତରାୟ, ଘନଶ୍ୟାମ ସାହୁ, ସୁକାନ୍ତ ଜେନାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଏବଂ ବିଜେପି ଦଳ ର କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ l

No Result
View All Result