ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ତା ୨୬.୧୧.୨୦୨୫ ରିଖ ସକାଳ ସମୟରେ ବିଶେଷ ସୂତ୍ରରୁ ନିଶା କାରବାର ସୂଚନା ପାଇ ନିର୍ଦେଶ ମତେ ସତ୍ୟବାଦୀ ଥାନା ର ସବ-ଇନ୍ସପେକ୍ଟର ସୁକାନ୍ତି ମୁର୍ମୁ ଙ୍କ ନେତୃତରେ ଏକ ପୁଲିସ ଟୀମ ନିକଟସ୍ଥ ୟୁ ଜି ଏସ କଲେଜ ଛକ, ଜୟା ହୋଟେଲ ପାଖ, ଅହମଦପୁର-ବସୁକେର ରୋଡରେ ଚଢାଉ କରି ସେଠାରେ ସନ୍ଦେହ ଜନକ ଭାବରେ ବୁଲୁଥିବା ସେକ ସାଜିଦ,ପିତା-ସେକ ତପିକ,ସାକିନ-ଅହମଦପୁର, ଥାନା-ସତ୍ୟବାଦୀ, ଜିଲ୍ଲା-ପୁରୀ କୁ ହେପାଜତକୁ ନେଇ ପଚରା ଉଛର। କରିଥିଲେ ।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାର ତଲାସି ନେବାରେ ୧୦ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧,00,000/-ଟଙ୍କା ହେବ, ନଗଦ ଟଙ୍କା ୨୩୫୦/- ଓ ବ୍ରାଉନ ସୁଗାର ପୁଡିଆ ତିଆରିରେ ବେବହାର ହେଉଥିବା ସାମଗ୍ରୀ ଆଦି ସେକ ସାଜିଦ ସାଜିଦ ଠାରୁ ଜବତ କରଯାଇଅଛି । ବେଆଇନ ନିଷ| ଦ୍ରବ୍ୟ କାରବାର ଅଭିଯୋଗରେ ଅଭିଯୁକ୍ତ ବିରୁଦ୍ଧରେ NDPS ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । ପୁରୀ ଜିଲ୍ଲା ଆରକ୍ଷୀ ଅକ୍ଷକଙ୍କ ନିର୍ଦେଶ ମତେ ଆଗାମୀ ଦିନରେ ନିଶI ମଫିଆଙ୍କ ବିରୁଦ୍ଧରେ ଚଢାଉ ଜୋରଦାର ଜାରି ରହିବ ବୋଲି ପିପିଲି ଉପଖଣ୍ଡ ଆରଖୀ ଅଧିକାରୀ ପ୍ରକାଶ କରିଛନ୍ତି ।

© 2023 Odisha Taza News.