ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଶନିବାର ଉଦଯାପିତ ହୋଇଯାଇଛି l ବିଦ୍ୟାଳୟ ପରିସର କ୍ରୀଡା ପଡିଆରେ ଆୟୋଜିତ ପ୍ରଥମ ତଥା ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ର ସମ୍ପାଦକ ସେକ ସାଦିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର କ୍ରୀଡା ପତାକା ଉତ୍ତୋଳନ କରି ଜୟ ବୀର ହନୁମାନଙ୍କ ନିକଟରୁ ଆସିଥିବା ମଶାଲ ସ୍ୱରୂପ ଜ୍ୟୋତି କୁ ଗ୍ରହଣ କରି ଆନୁଷ୍ଠାନିକ ଭାବେ କ୍ରୀଡା ଶୁଭାରମ୍ଭ କରିଥିଲେ l

ଦ୍ୱିତୀୟ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ସମ୍ପାଦକ ସେକ ସାଦିକ, ସମ୍ମାନିତ ଅତିଥି ଭାବେ ଶିକ୍ଷା ସଂଯୋଜିକା ଶ୍ରୀମତୀ ସୌଦାମିନୀ ସାହୁ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରି କ୍ରୀଡାର ମହତ୍ୱ ସମ୍ବନ୍ଧରେ ଉଦବୋଧନ ଦେଇ ଶିଶୁଙ୍କୁ ଉତ୍ସାହିତ କରିଥିଲେ l

ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ରୀଡା ଦ୍ୱାରା ଶାରୀରିକ ଓ ମାନସିକତା ଦୃଢ଼ୀଭୂତ ହେବା ସହିତ ଶରୀରକୁ ସୁସ୍ଥ କରିଥାଏ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରମିଳା ବେହେରା

ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅଭିଭାବିକା କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l