ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଳକସ୍ତରୀୟ ମତ୍ସ୍ୟ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ପଞ୍ଚାୟତର ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଗୁରୁବାର ମେଳାରେ ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗର ପ୍ରଦର୍ଶନୀ ସହିତ ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ସଚେତନତା ଓ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।

ସଫଳ ମତ୍ସ୍ୟ ଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବିଡିଓ ସଭାପତି ଭାବରେ ଦାୟିତ୍ବ ତୁଲାଇଥିଲେ । ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇଥିଲେ । ଅନ୍ୟାମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ତହସିଲିଦାର ଜ୍ୟୋତିମୟ ଦାଶ, ସିଡିପିଓ ଲଳିତା ପୁଜାରୀ,

ଜିଲ୍ଲା ପରିସଦସଭ୍ୟା ଯମୁନା ଦଳବେହେରା, ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ.ସଂଗ୍ରାମ ପରମଗୁରୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ନିରୋଦ ଚନ୍ଦ୍ର ନାୟକ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ତୁଷାରେନ୍ଦ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚାଷି ମାନଙ୍କୁ ଅବଗତ ନ କରାଯାଇଥିବାରୁ ସେହିପରି ଆଖି ଦୁସିଆ ଚାଷିକୁ ଦେଖିବାକୁ ମିଳିନଥିଲା ।

ଖାଲି ଅଙ୍ଗନବାଡି କର୍ମୀ, ମହିଳାମଣ୍ଡଳର ସଦସ୍ୟମାନଙ୍କୁ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ସମସ୍ତ ଅତିଥି ଠିକ୍ ସମୟରେ ଯୋଗଦେଇଥିଲେ ମାତ୍ର ମୋହନା ନିର୍ବାଚନ ମଣ୍ଡଳର ବିଧାୟକ ଶ୍ରୀ ଗମାଙ୍ଗ କାର୍ଯ୍ୟକ୍ରମରେ ୧୨ଟା ସମୟରେ ଯୋଗଦେବା ପରେ କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀ ଆରମ୍ଭ କରିଥିଲେ । ଗଜପତି ଜିଲ୍ଲାରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଧନୁଷ ଏକ୍ସପ୍ରେସ ।














