ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସକୁ ମିଳିଛି ବଡ ସଫଳତା l ଚୋରି ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାରକୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ ରାଣୀପେଣ୍ଠ ଗ୍ରାମର ଜି. ଲକ୍ଷ୍ମୀନାରାୟଣା ରାଓ (22). ଦାନାନା ଗଣେଶ (୨୫), ମିଶାଲା ବିବେକ (୨୭) ଏବଂ ପାରଳାଖେମୁଣ୍ଡି ସହରର କଣ୍ଡରା ସାହିର କିରଣ ଧବାଲ୍ (୨୦) ବୋଲି ଜଣା ପଡିଛି l















