ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମୋହନା ଓ ଅଡ଼ବା ଥାନା ଅଞ୍ଚଳରେ ଶନିବାର ପୃଥକ ପୃଥକ ବାଇକ ଦୁର୍ଘଟଣା ଘଟି ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ୨ଜଣ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଲଦିଗୁଡ଼ା ଗ୍ରାମର ଅଜୟ ରଇତ (୨୨) ଏକ ବାଇକ୍ ଯୋଗେ ଭାଉଜ ବାସନ୍ତୀ ମଣ୍ଡଳ(୨୫)ଙ୍କ ସହ କୌଣସି କାମରେ ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମକୁ ଯାଉଥିଲେ। ଗ୍ରାମଠାରୁ କିଛି ଦୂର ଲଦିଗୁଡ଼ା ଘାଟି ବୁଲାଣିରେ ଏକ ଅଟୋକୁ ଅତିକ୍ରମ କରି ଆଗକୁ ଯିବା ବେଳେ ଭାରସାମ୍ୟ ରକ୍ଷା କରି ନ ପାରି ରାସ୍ତାକଡକୁ ଉଭୟେ ଛିଟିକି ପଡ଼ିଥିଲେ।

ଫଳରେ ଉଭୟେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ଖବର ପାଇ ଏକ ଅଟୋ ଦ୍ୱାରା ଦୁହିଁଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଡ।କ୍ତର ରୀତେଶ ପାଢ଼ୀ ସ୍ଥାନାନ୍ତର କରିଛନ୍ତି । ସେହିପରି ମଧ୍ୟାହ୍ନରେ ବାଇକ୍ ସହ ସ୍କୁଟି ଧକ୍କା ହୋଇ ଜଣେ ଗୁରୁତର ଓ ୨ଜଣ ଆହତ ହୋଇଛନ୍ତି । ମୋହନା ଥାନା ଅନ୍ତର୍ଗତ ନିଜୁମା ଗାଁର ଜଗନ୍ନାଥ ମଳିକ ଓ ଆର. ଉଦୟଗିରି ଥାନା ଅନ୍ତର୍ଗତ ବରେଇ ଗାଁର ସଲିମ ରଇତ (୨୪) ଏକ ବାଇକ ଯୋଗେ ବ୍ରହ୍ମପୁରରୁ ନିଜ ଗାଁକୁ ଯାଉଥିବା ବେଳେ















