ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତିର ଜଣକୁ ଗଞ୍ଜେଇ ଚୋରା କାରବାରରେ ଜଡିତ ଥିବା ଯୋଗୁଁ ଆନ୍ଧ୍ର ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି l ଏହି ଜିଲ୍ଲାର ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତ ଜିରାଙ୍ଗପଙ୍କାଳ ଗ୍ରାମରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ଉଠାଇ ନେଇଛି ଆନ୍ଧ୍ରପ୍ରଦେଶ ପୁଲିସ। ଗିରଫ ଅଭିଯୁକ୍ତ ହେମନ୍ତ୍ର ଜାନି (୨୫) ।

ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ରେଳବାଇ ପୁଲିସ ଏସ୍ଆଇ ରାମା ରାଓଙ୍କ ସୂଚନା ପ୍ରକାରେ ଗତ ଜୁଲାଇ ୧୭ ତାରିଖରେ ବିଶାଖାପାଟଣା ରେଳ ଷ୍ଟେସନରେ ଜଣେ ଯୁବକ ୧୩ କିଲୋ ଗଞ୍ଜେଇ ସହ ଧରା ପଡିଥିଲା l ଏଥିରେ ଗଜପତିର ମୋହନା ଥାନା ଜରଉ ଗ୍ରାମର ଦେବେନ୍ଦ୍ର ମଣ୍ଡଳକୁ ଗିରଫ କରିଥିଲା ଆନ୍ଧ୍ର ପୁଲିସ ।
ଏହି ଘଟଣାର ତଦନ୍ତ ପରେ ଭକ୍ତ ଗଞ୍ଜେଇ ହେମନ୍ତ ଠାରୁ ଆଣିଥିବା ନେଇ ଦେବେନ୍ଦ୍ର ପୁଲିସକୁ ସୂଚନା ଦେଇଥିଲା । ଏହି ଆଧାରରେ ଗତକାଲି ଆନ୍ଧ୍ର ପୁଲିସ ମୋହନା ପୁଲିସ ସହାୟତାରେ ମୋବାଇଲ ଟ୍ରାକ କରି ଜିରାଙ୍ଗପଙ୍କାଳ ଗ୍ରାମରେ ଚଢ଼ଉ କରି ହେମନ୍ତ୍ରକୁ ଗିରଫ କରି ବିଶାଖାପାଟଣାକୁ ଉଠାଇ ନେଇଥିବା ସୂଚନା ମିଳିଛି l













