No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ଡପାସାହି ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ଅଜଣା ଯୁବତୀର ଝୁଲନ୍ତା ମୃତ ଶରୀର ଜବତ କରିଛି ବାଲିଗୁଡ଼ା ପୋଲିସ l ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ଗଛରେ ଝୁଲନ୍ତା ମୃତ ଶରୀର କୁ ଦେଖି ସଙ୍ଗେ ସଙ୍ଗେ ପୋଲିସ କୁ ଜଣାଇଥିଲେ l
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ସେ ନେଇ ବାଲିଗୁଡ଼ା ପୋଲିସ୍ ଅଧିକ ଛାନ୍ ଭିନ୍ କରୁଥିବା ଜଣାପଡିଛି । ଉପଖଣ୍ଡ ଆରକ୍ଷୀ ଅଧକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦ୍ଦେଶ ପ୍ରକାରେ ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ ଟିମ୍ ସହିତ ଯୋଗାଯୋଗ କରିଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ପାରିନଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

No Result
View All Result