ଓଡିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ବୁଧବାର) ଢେଙ୍କାନାଳ :– ପ୍ରଥମ କରି କରୋନା ଅନଲକ୍ କଟକଣାରେ ପଡ଼ିଛି ପବିତ୍ର ବିଶ୍ଵକର୍ମା ପୂଜା । ଫିକା ପଡିଛି ପୂଜା ଗହଳ ଚହଳ । କଟକଣାରେ ନିର୍ଦ୍ଦେଶ ରହିଛି ଅନେକ ନିୟମାବଳୀ , ତା ଭିତରେ ମୁର୍ତ୍ତି ପୂଜା କୁଆଡେ଼ ବାଦ୍ ପଡ଼ିଛି ।
ଏଭଳି ନୀତି ନିୟମ କୁ ରଖି ସହର ମହିଷାପାଟ ସ୍ଥିତ ରେଙ୍ଗାଳି ଦକ୍ଷିଣ କେନାଲ କାର୍ଯ୍ୟାଳୟର କର୍ମଚାରୀ ମାନେ କ୍ଵାଲିଟି କଣ୍ଟ୍ରୋଲ କାର୍ଯ୍ୟାଳୟରେ ଠାକୁରଙ୍କ ଫଟୋ ରଖି ବିଶ୍ଵକର୍ମା ପୂଜା ପାଳନ କରାଯାଇଛି । ଉପସ୍ଥିତ କର୍ମଚାରୀ ମାନେ କୋଭିଡ୍ କଟକଣା ମାନି ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖି ପୁଷ୍ପାଞ୍ଜଳି ଅର୍ପଣ ଏବଂ ପୂଜା ପାଠ କରିଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ)














