No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସ୍ଥାନୀୟ ନହରକଣ୍ଟା ସ୍ଥିତ ସରସ୍ୱତୀ ଶିକ୍ଷା ମନ୍ଦିରରେ ବିଜ୍ଞାନ ମେଳା ଓ ମୀନା ବଜାର ଅନୁଷ୍ଠିତ, ସରସ୍ୱତୀ ଶିକ୍ଷା ମନ୍ଦିରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ମେଳା ଓ ମୀନାବଜାର କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ଦୁଇଟିଯାକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭଲଭାବେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇବାକୁ ହେଲେ ସକାଳ ବେଳା ବିଜ୍ଞାନ ମେଳା ଓ ଉପରବେଳା ମୀନା ବଜାର କାର୍ଯ୍ୟକ୍ରମ କରାଯିବାକୁ ସ୍କୁଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଥିଲେ । ବିଜ୍ଞାନ ମେଳାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବାରୁ ବିଦ୍ୟାଳୟ ପରିସରରେ ଅଭିଭାବକମାନେ ବଡ଼ ଉତ୍ସାହିତ ଥିବାର ଜଣାପଡୁଥିଲା ।
ଅଂଶଗ୍ରହଣ କରିଥିବା ୧୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତୀ ମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇ ସେମାନଙ୍କର ପ୍ରୋଜକ୍ଟ ଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସବ୍ଜୁନିଅର, ୪ର୍ଥରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ଓ ସପ୍ତମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ସିନିୟର ଭାବେ ଅଲଗା ଅଲଗା କରାଯାଇ ସେମାନଙ୍କର ପ୍ରୋଜେକ୍ଟ ସହିତ ସେ ପ୍ରୋଜେକ୍ଟ ଗୁଡ଼ିକର ସମାଜରେ ଉପଯୋଗିତା ବିଷୟରେ ବୁଝାଇବା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାମାନଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ବିଶେଷକରି ପରିବେଶ ସୁରକ୍ଷା ସମ୍ବନ୍ଧିତ ପ୍ରୋଜେକ୍ଟ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ରାସ୍ତା ନିର୍ମାଣ, ସୋଲାର ଲାଇଟ୍ ଭଳି ଅନେକ ଆଧୁନିକ ପ୍ରୋଜେକ୍ଟ ଗୁଡ଼ିକ ଏହି ମେଳାରେ ପିଲାମାନେ ପ୍ରଦର୍ଶନ କରିଥିଲେ । ଏହି ବିଜ୍ଞାନମେଳାରେ ଭଲ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୪ତାରିଖ ଶିଶୁ ଦିବସରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ଅଛି ବୋଲି ସ୍କୁଲ୍ର ପ୍ରଧାନ ଆଚାର୍ଯ୍ୟ ଜୟଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।
ପ୍ରତିବର୍ଷ ଭଳି ଏହି ବିଦ୍ୟାଳୟରେ ଶିଶୁ ଦିବସ ଦିନ ବିଭିନ୍ନ କ୍ଷେତ୍ରରେ ଯଥା- ଡିବେଟ୍ କମ୍ପିଟିସନ୍, ରଚନା କମ୍ପିଟିସନ୍, ନାଚ, ଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ସଫଳତା ଅର୍ଜନ କରିଥିବା ପିଲାମାନଙ୍କୁ ଶିଶୁ ଦିବସରେ ପୁରସ୍କୃତ କରାଯାଇଥାଏ, ଚଳିତ ବର୍ଷ ମଧ୍ୟ ଏହିସବୁ ଉପରୋକ୍ତ ବିଷୟରେ ପ୍ରତିଯୋଗିତା ସରିଛି ଏବଂ ଶିଶୁ ଦିବସରେ ପୁରସ୍କୃତ କରାଯିବ । ଏହି ବିଦ୍ୟାଳୟରେ ୬୦୦ ରୁ ଅଧିକ ପିଲା ପଢୁଛନ୍ତି, ୨୪ଜଣ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି ଏବଂ ସମସ୍ତ ପିଲାମାନଙ୍କୁ ବିଜ୍ଞାନମେଳାରେ ସହଯୋଗ ଦେବାସହ ଏହି ୨୪ତମ ବିଜ୍ଞାନମେଳା ଦେଖି ମୁଁ ଉତ୍ସାହିତ ଓ
ଆନନ୍ଦିତ ଏବଂ ଏହି ମେଳାରେ ଭଲ କରିଥିବା ପିଲାମାନେ ଆଗାମୀ ଦିନରେ ଉତ୍କଳ ଶିକ୍ଷା ବିକାଶ ପରିଷଦ ଦ୍ୱାରା ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ ଭାଗ ନେଇପାରିବାର ସୁଯୋଗ ମିଳିବ ବୋଲି ସୂଚନା ଦେଇଛନ୍ତି ନହରକଣ୍ଟା ସରସ୍ୱତୀ ଶିକ୍ଷା ମନ୍ଦିରର ପ୍ରତିଷ୍ଠାତା ତଥା ସମ୍ପାଦକ ସୁରେନ୍ଦ୍ର କୁମାର ନହରକଣ୍ଟା ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବା ଶିକ୍ଷୟିତ୍ରୀମାନେ ମମତା ସାମଲ, ପ୍ରଭାସିନୀ ମହାନ୍ତି ଓ ମଧୁସ୍ମିତା ରାୟ ।

No Result
View All Result