ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :– ବରଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ହେମନ୍ତ ପ୍ରଧାନଙ୍କ ଆଜି ତାଙ୍କ ଡ଼ଃ ଭିମରାଓ ଗଲି,ସୁବାଷ ନଗର ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହେଉଥିଲା । ମୃତ ଖବର ପାଇ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ, କର୍ମଚାରୀ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ
କରିଥିଲେ ଓ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଥିଲେ । ସ୍ବର୍ଗତ ଶ୍ରୀ ପ୍ରଧାନ କଟକ ଜିଲ୍ଲା ସାଲେପୁର,ଵହୁଗ୍ରାମରେ ୧୪.୯.୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ୧୫.୩.୯୪ ରେ ସେ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ । ସେ ମିଷ୍ଟଭାଷୀ ଓ ଆମୟୀକ ଅଧିକାରୀ ଭାବେ ସମସ୍ତ ଙ୍କ ପ୍ରିୟ ଥିଲେ । ତାଙ୍କ ପଛରେ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ଏବଂ ଏକମାତ୍ର ଝିଅ କୁ ଛାଡି ଯାଇଛନ୍ତି ।














