No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ଜିଲ୍ଲା ଅନ୍ତର୍ଗତ ପୂର୍ଣ୍ଣତୋୟା ପ୍ରାଚୀ ନଦୀ ସ୍ଥିତ ନିଆଳିର ସୁନମୁହିଁ ଘାଟ ଠାରେ ବାବା ବଳିଆଙ୍କ ପ୍ରବର୍ତ୍ତିତ “ପ୍ରାଚୀ ପ୍ରାଚ୍ୟ” ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୁନାମୁହିଁ ଘାଟରୁ ବାଣିଜ୍ୟ ନିମନ୍ତେ ପୂର୍ବେ ବୋଇତ ଜାଭା, ବର୍ଣିଓ, ଓ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାଉଥିଲେ । ସାଧବ ପୁଅମାନେ ପଣ୍ୟ ଦ୍ରବ୍ୟ ସବୁ ବୋଝେଇ କରୁକରୁ ସନ୍ଧ୍ୟା ହୋଇଯାଇଥିଲା ।

ଜୁଆରିଆ ନଦୀ ହେବା ପରେ ବୋଇତ ଯାତ୍ରା କରିବା ପାଇଁ ଏହି ଠାରୁ ଯାତ୍ରା କରିବା ପାଇଁ ସଫଳ ହୋଇଥିଲେ । ଆକାଶରେ ଚନ୍ଦ୍ର ଦେଖି ସାଧବ ବୋହୂ ମାନେ ଚନ୍ଦ୍ର ସହିତ ବୋଇତ ଓ ସାଧବ ପୁଅମାନଙ୍କୁ ବନ୍ଦାପନା କରୁଥିଲେ ବୋଲି ପ୍ରବାଦ ରହିଛି । ସେହି ସ୍ମୃତିକୁ ମନେ ପକାଇବା ପାଇଁ ଏବେ ବି କିଛି ବର୍ଷ ହେଲା “ପ୍ରାଚୀ ପ୍ରାଚ୍ୟ ଚକ୍ର” ଅନୁଷ୍ଠାନ କାର୍ତ୍ତିକ ପୂର୍ଣ୍ଣିମା ସନ୍ଧ୍ୟାରେ ବୋଇତ ବନ୍ଦାଣ ଉତ୍ସବ କରିଆସୁଛନ୍ତି ।
ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ, କବି, ଲେଖକ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଥମେ ନୌବାଣିଜ୍ୟ ପରମ୍ପରାର ବିଷୟରେ ଆଲେଚନା କରିଥିଲେ । ନୌକା ପୂଜା ଅର୍ଚ୍ଚନା ଓ ହୋମ କରିବା ପରେ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ଭକ୍ତିପ୍ରେମି, ସୁଲକ୍ଷଣୀ ନାରୀମାନେ ହୁଳହୁଳି ଶବ୍ଦରେ ବୋଇତ ବନ୍ଦାଣ କରି ପ୍ରାଚୀ ନଦୀର ସୁ ଜଳଧାରାରେ ନୌକାକୁ ଛାଡିଥିଲେ ।

ଏହି ବୋଇତ ବନ୍ଦାଣ ଉତ୍ସବରେ ବରିଷ୍ଠ ସାମ୍ୱାଦିକ ନାରାୟଣ ଚନ୍ଦ୍ର ବେହେରା ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବର ମହାତ୍ମା, କିମ୍ବଦନ୍ତୀ ସମ୍ପର୍କରେ କହିବା ସହ ଅତୀତର ଗୌରବମୟ ପରମ୍ପରାକୁ ଭୁଲି ନ ଯାଇ ଆମ୍ବେମାନେ ତାର ସ୍ମୃତି ଚାରଣ କରିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ବଟକୃଷ୍ଣ ସ୍ବାଇଁ ,” ପ୍ରାଚୀ ପ୍ରାଚ୍ୟ ଚକ୍ର” ଅନୁଷ୍ଠାନ ର ଉପେନ୍ଦ୍ର ଜେନା, ନିରଞ୍ଜନ ସିଂ,
ଅତୁଲ୍ୟ ମହାରଣା, ଗଙ୍ଗାଧର ଷଡଙ୍ଗୀ, ସନାତନ ମହାନ୍ତି, ଶଶିଭୂଷଣ ଲେଙ୍କା, ମୁରଲୀଧର ମିଶ୍ର, ପବିତ୍ର ହୋତା, ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ସମାଜସେବୀ, ସଚେତନ ନାଗରିକମାନେ ଏହି ଉତ୍ସବରେ ଯୋଗ ଦେଇ ଏହି ବୋଇତ ବନ୍ଦାଣ ଉତ୍ସବର ସ୍ମୃତି ଚାରଣ କରିଥିଲାବେଳେ ବୋଇତ ବନ୍ଦାଣ କାର୍ଯ୍ୟ କ୍ରମରେ କବିତା, ଛାୟା ପୁରବୀ, ନରୋତ୍ତମ,

ପୁଷ୍ପା, ରଞ୍ଜୁ, ପାର୍ବତୀ, ଯୋଷ୍ନା ସିଂ, ପ୍ରଭୁତି ବହୁ ଭକ୍ତ ମହିଳା ଅଂଶ ଗ୍ରହଣ କରିଥିଲେ । ପ୍ରାଚୀ ନଦୀର ଏହି ସୁନାମୁହିଁ ଘାଟ ବୋଇତ ବନ୍ଦାଣ ଉତ୍ସବ ପ୍ରତିବର୍ଷ ମହାସମାରୋହରେ ପାଳିତ ହୋଇଆସୁଛି । ଏହି ଉପଲକ୍ଷେ ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ଵାରା ଯଜ୍ଞ, ହୋମ ଏଵଂ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ବୋଇତ ବନ୍ଦାଣ ଉତ୍ସବଟିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ ।

No Result
View All Result