ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଧ୍ୟାନକୁଦ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟୀ ଆନୁକୂଲ୍ୟରେ ପୀଠରେ ପଞ୍ଚଦିବସୀୟ ଶ୍ରୀରାମ କଥା ପ୍ରବଚନ ଶନିବାର ଠାରୁ ଆରମ୍ଭ ହୋଇ ବୁଧବାର ଶେଷହୋଇଛି l ଧ୍ୟାନକୁଦ ପୀଠର ପିଠା ଧିଶ ବାବା ଅରକ୍ଷିତ ଦାସ ମହାରାଜ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମକୁ ମନ୍ଦିର ର ଠାକୁର ରାଜା ପ୍ରମୋଦ କୁମାର ନନ୍ଦୀ ଉଦ୍ଘାଟନ କରିଥିଲେ l

ପ୍ରବଚିକା ସୁଶ୍ରୀ ସସ୍ମିତା ଦାଶ ତାଙ୍କ ପ୍ରବଚନ ମାଧ୍ୟମରେ କହିଛନ୍ତି ଜେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଚନ୍ଦ୍ର ନୀତି ଓ ନୈତିକତା ଠାରୁ ତାଙ୍କ ଜୀବନ କାଳ ମଧ୍ୟରେ କେବେ ଦୁରେଇ ନଥିଲେ l ନାନାଦି ଅସୁବିଧା ରେ ସମ୍ମୁଖୀନ ହୋଇ ମଧ୍ୟ ମାନବର ନୀତି ନିୟମ ଭିତରୁ କେବେବି ଓହରି ଯାଇ ନଥିଲେ ସେଥି ପାଇଁ ଆଜିବି ସେ ଆମପାଇଁ ମର୍ଯ୍ୟାଦା aବନ୍ତ ପୁରୋଶୋତମ ଭାବେ ଜୀବନ୍ତ ରହି ଛନ୍ତି l ସାମାଜିକ ପ୍ରାଣୀ ହିସାବରେ ନିଜର କର୍ତଵ୍ୟ ବୋଧ ପ୍ରତି ସଚେତନ ରହିଲେ ଆଜିର ସମାଜ ବି ରାମ ରାଜ୍ୟରେ ପରିଣତ ହେବ l ରାମାୟଣୀ ପଣ୍ଡିତ ଅଭୟଦାସ ମଞ୍ଚ ପରି ଚାଳନା କରିଥିଲେ l ପ୍ରବଚନ ହେତୁ ପୀଠଟି ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l














