ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ଜାରି ରହିଛି । ଆଜି ଭୋର୍ ୪ଟା ବେଳେ ହଠାତ୍ ଆୟକର ଟିମ୍ ଭୁବନେଶ୍ୱର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ । ଏଥିସହ ୧୪ଟି ସ୍ଥାନରେ ଚାଲିଛି ଚଢ଼ାଉ ।

୧୦୦ କୋଟି ଟଙ୍କାର ଠକେଇ ଅଭିଯୋ ଚଢ଼ାଉରେ ନିୟୋଜିତ ଅଛନ୍ତି ୧୨୦ ଅଫିସର । ଆକାଉଣ୍ଟାଣ୍ଟଙ୍କୁ ଘାଣ୍ଟୁଛି ଓ ପାର୍ଟନରମାନଙ୍କୁ ପଚରାଉଚରା କରୁଛି ଟିମ୍ । କେତେ ଠକିଛ ହିସାବ ଦିଅ । ଝାଳନାଳ କଲେଣି ଆୟକର ଅଫିସର । ଉତ୍କଳ ବିଲଡରର ଅଫିସ ଆକାଉଣ୍ଟାଣ୍ଟ ପ୍ରସନ୍ନ କୁମାର ବେହେରାଙ୍କୁ ଅଟକ ରଖି ଝାଳବୁହା ଜେରା କରୁଛି
ସ୍ୱତନ୍ତ୍ର ଟିମ୍ ଓ ଏହାସହିତ ଉତ୍କଳ ବିଲଡରର ପାର୍ଟନର ପ୍ରକାଶ ଭୋରାଙ୍କୁ ବି ଟିକସ ଫାଙ୍କିଥିବା ନେଇ ପଚରାଉଚରା ଚାଲିଛି ଓ ସକାଳ ସମୟରୁ ମୋଟ ୧୪ଟି ସ୍ଥାନରେ ଅତର୍କିତ ଚଢ଼ାଉ କରୁଛି ଆଇଟି ଟିମ ଓ ବସ୍ତା ବସ୍ତା କାଗଜ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଆୟକର ଟିମ୍ ।













