ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଖଟି ଖିଆ ଦିନମଜୁରିଆ ତଥା ଵାସହୀନ ଲୋକମାନଙ୍କୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ସ୍ଥାୟୀ ପକ୍କା ଗୃହ ନିର୍ମାଣ କରିବା ପାଇଁ ୨ ଲକ୍ଷ ୨୦ ହଜାର ସରକାରୀ ଆର୍ଥିକ ଅନୁଦାନ ଯୋଗାଇ ଦେଉଅଛନ୍ତି l ବୋଲଗଡ ବ୍ଲକ ଅଞ୍ଚଳରେ ପ୍ରକୃତ ଗରିବ ହିତାଧିକାରୀ ଖଣ୍ଡିଏ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ କରିବା ପାଇଁ ଏହି ସରକାରୀ ଆର୍ଥିକ ଅନୁଦାନ ପାଇପାରୁନାହିଁ l















