No Result
View All Result
ଗ୍ରାମାଞ୍ଚଳ ଲୋକମାନଙ୍କୁ ମିଳିଲା ପ୍ରଶାସନ ସେବା l
ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବୋଲଗଡ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଓ ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତ ଅଫିସର ତଥା ପଲ୍ଲୀ ପ୍ରଶାସନ ନୋଡାଲ ଅଫିସର ସାମଳେନ୍ଦୁ ନାୟକଙ୍କ ଆବାହକତ୍ୱରେ ବ୍ଲକ ସ୍ତରୀୟ ପଲ୍ଲୀ ପ୍ରଶାସନ ସେବା ସୋମବାର ଦିନ ଫlସିଓଦା ପଞ୍ଚାୟତ ଅନ୍ତର୍ଗତ ଭୀମପଡାସ୍ଥିତ ରାଧାକାନ୍ତ ୟୁଥ କ୍ଳବ ପଡିଆଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୋଲଗଡ ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ ଓ ସମ୍ମାନିତ ଅତିଥିଭାବେ ବିଡ଼ିଓ ସୁମନ ସୁଧା କୁଣ୍ଡୁ,

ଅତିରିକ୍ତ ବିଡ଼ିଓ ଡକ୍ଟର ରତିକାନ୍ତ ମିଶ୍ର, ଅତିରିକ୍ତ ତହସିଲଦାର ଦୀପ୍ତି ମୟି ଶର୍ମା, ସହକାରୀ ଯନ୍ତ୍ରୀ ଅମୁଲ୍ୟ କୁମାର ବାହିନୀ ପତି, ବ୍ଲକ ଉପାଧକ୍ଷ ରମେଶ ଚନ୍ଦ୍ର ସାହୁ, ଫlସିଓଦା ପଞ୍ଚାୟତ ସରପଞ୍ଚ ପୁଷ୍ପଲତା ଭଟ୍ଟ, ଗେଡିଆ ପଲ୍ଲୀ ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀ,ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ, ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମରେ କୃଷି, ପଞ୍ଚାୟତିରାଜ, ମସ୍ୟ ଓ ପଶୁ ପାଳନ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ତହସିଲ,

ଶିଶୁ କଲ୍ୟାଣ ବିଭାଗ,ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଶିକ୍ଷା ଇତ୍ୟାଦି ବିଭାଗ ଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ୪୫୦ ଜଣ ଲୋକମାନଙ୍କର ଲିଖିତ ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ୨୫୭ ତୁରନ୍ତ ଆଶୁ ସମାଧାନ କରିଥିଲେ l ଜଣେ ଭିନ୍ନକ୍ଷମଙ୍କୁ ବିଡ଼ିଓ ସୁମନ ସୁଧା କୁଣ୍ଡୁ ହୁଇଲ ଚେୟାର ପ୍ରଧାନ କରିଥିଲେ ! ଲୋକମାନେ କିପରି ଶୀଘ୍ର ପ୍ରଶାସନିକ ସେବା ପାଇପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବୋଲଗଡ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମ କରାଯାଉଅଛି ବୋଲି ନୋଡାଲ ଅଫିସର ସାମଳେନ୍ଦୁ ନାୟକ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ l
ବ୍ଲକ ପଲ୍ଲୀ ପ୍ରଶାସନ ସେବା ମାଧ୍ୟମରେ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ ହୋଇପାରିବ ବୋଲି ମୁଖ୍ୟ ଅତିଥି ହୁଲ୍ଲାସ ପ୍ରଧାନ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ l ସମସ୍ତ ସେବା କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଅମୁଲ୍ୟ କୁମାର ବାହିନୀପତି , ବିଡ଼ିଓ ସୁମନ ସୁଧା କୁଣ୍ଡୁ ଓ ଅତିରିକ୍ତ ବିଡିଓ ଡକ୍ଟର ରତିକାନ୍ତ ମିଶ୍ର,ବ୍ଲକ ଅଧ୍ୟକ୍ଷ ହୁଲ୍ଲାସ ପ୍ରଧାନ ଓ ଜିଲ୍ଲାପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ରାୟଗୁରୁ, ବଡ଼କୁମାରୀ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଫୁଲ ପ୍ରଧାନ,
ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଲୋକମାନଙ୍କର ସମସ୍ୟା ସମାଧାନ କରିବାରେ ସହଯୋଗ କରିଥିଲେ ! ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନ ଓ ଫlସିଓଦା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପବିତ୍ର କୁମାର ସ୍ୱାଇଁ ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଭଟ୍ଟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result