
ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :- ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ଯାମ ପୁରୋହିତଙ୍କ ଗତ ସୋମବାର ରାତିରେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହେଉଥିଲା । ସେ ତାଙ୍କ ପଛରେ ଧର୍ମପତ୍ନୀ ସୁଲୋଚନା ପୁରୋହିତ, ଚାରି ପୁତ୍ର ବିଜୟ ପୁରୋହିତ, ଗିରିଧାରୀ ପୁରୋହିତ, ରାମ ରତନ ପୁରୋହିତ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ବୋହୁ,ନାତି ନାତୁଣୀ ଓ ପରିବାରଙ୍କୁ ଛାଡି ଯାଇଛନ୍ତି ।
ସ୍ବର୍ଗତ ପୁରୋହିତ ଜଣେ ନିର୍ମଳ ଭାବ ମୂର୍ତ୍ତୀ ଓ ପରୋପକାରୀ ବ୍ଯକ୍ତି ଥିଲେ । ସେ ଆଜକୁ ପାଖାପାଖି ୪୦ ବର୍ଷ ହେବ ପାଇକମାଲ ଠାରେ ପୁରୋହିତ ହଟୋଲ ନାମରେ ଏକ ଭୋଜନାଳୟ ପ୍ରତିଷ୍ଠାତା କରି ସମଗ୍ର ଅଞ୍ଚଳରେ ପ୍ରିୟ ଭାଜନ ହୋଇଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳ ବାସୀ ମର୍ମାହତ ହେଉଛନ୍ତି । ଅନ୍ତିମ ସଂସ୍କାରରେ ଜ୍ଯେଷ୍ଠ ପୁତ୍ର ବିଜୟ ପୁରୋହିତ ମୁଖାଗ୍ନି ଦେଇ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)


















