ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାରେ ଦାଦନ ଶ୍ରମିକମାନଙ୍କ ଦୁଃଖ ଯନ୍ତ୍ରଣା ଦିନକୁ ଦିନ ବଢ଼ି ଚାଲିଛି । ଗରିବ ଓ ଦରିଦ୍ରତାର ତାଡ଼ନାରେ ନିଜ ଭିଟା ମାଟିକୁ ଛାଡି ଗଜପତି ଜିଲ୍ଲାରୁ ବହୁ ଜଣ ଦାଦନ ଭାବେ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ରାଜ୍ୟ ବାହାରେ ହାଡ଼ ଭଙ୍ଗା ପରିଶ୍ରମ କରି ରୋଗାଗ୍ରସ୍ତ ହୋଇ ବହୁ ଦୁଃଖ ଯନ୍ତ୍ରଣା ପାଉଛନ୍ତି । ଅପରପକ୍ଷରେ ଦାଦନ ଭାବେ କାର୍ୟ୍ୟ କରୁଥିବାବେଳେ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟିବାରେ ଲାଗିଛି । ବର୍ତ୍ତମାନ ଗଜପତିରୁ ଦାଦନ ଭାବେ କର୍ଣ୍ଣାଟକକୁ ଯାଇଥିବା ଜଣେ ଦାଦନଙ୍କ ପୁଣି ମୃତ୍ୟୁ ଘଟିଛି ।














