ଭାପୁର ସରପଞ୍ଚ ସୁରେଖା ସାହୁ, ସୋସିଆଲ ମିଡ଼ିଆ ସଭାପତି ଶଶୀଭୁଷଣ ରାଉତରାୟ, ଆଗଧାଡ଼ିର ବରିଷ୍ଠ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l ଭାପୁର ବ୍ଲକର ବାଇଗୁଣିଆ, ଶାଳପଡା, ଭାପୁର, ବିଜିପୁର, କଇଁଫୁଲିଆ ପଞ୍ଚାୟତର ଗ୍ରାମାଞ୍ଚଳ ବିକାଶ ପାଇଁ ପ୍ରାୟ ୩୨.୫୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ମଞ୍ଜୁର ହୋଇଛି l ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ପାଣ୍ଠିରୁ ବାଇଗୁଣିଆ ଗ୍ରାମର“ୟୁଥ୍ ସ୍ପୋର୍ଟସ କ୍ଲବ୍ ବିଲଡିଂ”ନିର୍ମାଣ ପାଇଁ ୫ ଲକ୍ଷ ଓ ବୋରଗାଁ ଗ୍ରାମର ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଡିଶନାଲ ଗୃହ ନିର୍ମାଣ ପାଇଁ ୬.୫୦ ଲକ୍ଷ, ଶାଳପଡା ପଞ୍ଚାୟତ ମାଣିବନ୍ଧ ଗ୍ରାମ ଭାଗବତ ଗୃହ ନିର୍ମାଣ ପାଇଁ ୩.୦୬ ଲକ୍ଷ,
ଭାପୁର ଗୋପାଳ ସାହି ଗୁରୁଣ୍ଡି ଗୋପାଳ ମନ୍ଦିର ଉନ୍ନତି କରଣ ୪ ଲକ୍ଷ, ଟଙ୍କାତେଲିସାହି ଶାନ୍ତି ଘର ଠାରୁ ମଧୁ ସାହୁ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ୪ ଲକ୍ଷ, କଇଁଫୁଲିଆ ଗ୍ରାମ ତଳସାହି ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ୬ ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ବିଜିପୁର ଗ୍ରାମର ଅନନ୍ତେଶ୍ୱରଦେବ ମନ୍ଦିର ଉନ୍ନତି କରଣ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି. ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ସାଂସଦ ଶ୍ରୀ ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ ଗ୍ରାମାଞ୍ଚଳର ବିକାଶ ବିଜେପି ସରକାରର ମୂଳ ଲକ୍ଷ୍ୟ. ଗ୍ରାମାଞ୍ଚଳର ବିକାଶ ହେଲେ ଓଡିଶାର ବିକାଶ ହୋଇପାରିବ l

© 2023 Odisha Taza News.