ମୂଖ୍ୟ ବକ୍ତା ଭାବେ ଇତିହାସ ସଙ୍କଳନ ସମିତି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ପ୍ରଫେସର ଈଶ୍ୱର ଶରଣ ବିଶ୍ଵକର୍ମା, ଅତିଥି ଏବଂ ବକ୍ତା ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବରେ ଓଡ଼ିଆ ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା, କମଲେଶ ଦାଶ, ଯଜ୍ଞସ୍ୱର ଦଣ୍ଡପାଟ, ଦଧି ବାମନ ମିଶ୍ର ଡ଼ ପାରେଶ୍ୱର ସାହୁ ପ୍ରମୁଖ ଓଡ଼ିଆ ଅସ୍ମିତା ସମ୍ପର୍କରେ ମତ ରଖିଥିଲେ ।
ଆଲୋଚନାରେ ଅସ୍ମିତାକୁ ନେଇ ରାଜନୈତିକ ବୟାନ ଯୋଗୁ ଉଜ୍ଜିବିତ ହୋଇପାରୁଥିବା ଓଡ଼ିଆ ଅସ୍ମିତା ସବୁବେଳେ ଉତ୍କର୍ଷ ମଧ୍ୟରେ ଥିଲା ଓ ଦୟାନଦୀର ଇତିହାସ ସମ୍ପର୍କରେ ଅଧିକ ଅଧୟନର ଆବଶ୍ୟକତା ରହିଥିବା ସହ ପ୍ରାଚୀନତା, ମୌଳିକତା ଏବଂ ଭରତୀୟତା , ଜଗନ୍ନାଥ ସଂସ୍କୃତି ଆମ ଖାଦ୍ୟ ଓଷା ବାର ବ୍ରତ ମଧ୍ୟରେ ମତ ପ୍ରକାଶ ପାଇଥିଲା ।

© 2023 Odisha Taza News.