• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି : ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଉଦଘାଟନୀ କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
October 24, 2025
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି  :  ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଉଦଘାଟନୀ କାର୍ଯ୍ୟକ୍ରମ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ୨୦୨୫ ର ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଗଜପତି ଜିଲ୍ଲା ପୋଲିସ ପ୍ରଶାସନଙ୍କ ପ୍ରସ୍ତୁତ ଯୋଜନା ପ୍ରକାରେ ଉପସ୍ଥିତ ସମସ୍ତଙ୍କୁ ଅନଲାଇନ୍ ସୁରକ୍ଷା , ଠକେଇ ନିବାରଣ ଏବଂ ଜନସଚେତନତା ଉପରେ ଏବଂ ଏ ଦିଗରେ କଣ ସବୁ ପଦକ୍ଷେପ ରହିଛି , ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଜଣାଇବା ତାହାହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ରହିଛି ।

ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଡିଜିଟାଲ ଯୁଗରେ ସାଇବର ଅପରାଧୀ ମାନେ ବେଶ ଚତୁର ହୋଇ ସେମାନଙ୍କ ଅପରାଧର କାୟା ବିସ୍ତାର କରି ଚାଲିଛନ୍ତି । ନିରୀହ ତଥା ଅସଚେତନ ଯୁବକ ଯୁବତୀ ଓ ବୟସ୍କ ଲୋକ ମାନଙ୍କୁ ମୋବାଇଲ ଫୋନ୍ ମାଧ୍ୟମରେ ବିଭିନ୍ନ ଉପାୟରେ ବିଭିନ୍ନ ମିଥ୍ୟା ପ୍ରଲୋଭନ ଦେଖାଇ ଠକିବାରେ ସଫଳ ହେଉଛନ୍ତି । ଏ ସବୁ ପ୍ରତି ସମସ୍ତେ ସଚେତନ ସାବଧାନତା ହେଲେ ଏବଂ ମୋବାଇଲ ଫୋନ୍ ର ଉଚିତ୍ ବ୍ୟବହାର କଲେ ସାଇବର ଅପରାଧୀ ମାନଙ୍କ ମିଥ୍ୟା ପ୍ରଲୋଭନ ଓ ଠକାମିର ଶିକାର ହେବେ ନାହିଁ ବୋଲି କହିଥିଲେ ।

ଗଜପତି ଏସ ପି : ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ସାଇବର ଅପରାଧ କଣ ଓ କେମିତି ହୋଇଥାଏ , ଲୋକେ କିଭଳି ସେମାନଙ୍କ ମିଥ୍ୟା ପ୍ରଲୋଭନ କଥାରେ ପଡି ନିଜର କଷ୍ଟ ଉପାର୍ଜିତ ଧନ ହରାଇ ବସିଥାନ୍ତି ଏବଂ ଏଠି ପ୍ରତି କିଭଳି ସଚେତନ ହେବା ଆବଶ୍ୟକତା ରହିଛି , ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ସବୁ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ୟୁନିଅନ ବ୍ୟାଙ୍କ ର ରେଜିଓନାଲ ଉପନିର୍ଦ୍ଦେଶକ , ଡିଏଫଓ: , ଜିଲ୍ଲା ଶିକ୍ଷା , ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର ନିର୍ଦ୍ଦେଶ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସାଇବର ଠକେଇ , ସାଇବର ଅପରାଧୀ , ସାଇବର ସଚେତନତା ଓ ସୁରକ୍ଷା ଉପାୟ’ର ବିଭିନ୍ନ ଦିଗ ଉପରେ କହିଥିଲେ । ସାଇବର ଅପରାଧକୁ ରୋକିବା ପାଇଁ ସମାଜ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଥିବା ବେଳେ ଏ ଦିଗରେ ସଚେତନତା ହେଉଛି ସବୁଠାରୁ ଏକ ବଡ଼ ଶକ୍ତିଶାଳୀ ଅସ୍ତ୍ର । ବିଶ୍ବରେ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ଦ୍ଵିତୀୟରେ ରହିଥିବା ବେଳେ ଆମ ଦୈନନ୍ଦିନ ଜୀବନରେ ସମସ୍ତେ ଡିଜିଟାଲ ବ୍ୟବସ୍ଥା ସହିତ ସମ୍ପୂର୍ଣ ଭାବେ ନିର୍ଭରଶୀଳ ହୋଇ ପଡିଛନ୍ତି ।

ଯାହାଫଳରେ ଏହି ଇଣ୍ଟରନେଟ ଓ ଟେକ୍ନୋଲୋଜି ଆମ ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ହୋଇପଡିଛି । ବର୍ତ୍ତମାନ୍ ଯୁଗରେ ଇଣ୍ଟରନେଟ ବ୍ୟବହାରକାରୀ ମାନଙ୍କୁ ସାଇବର ଅପରାଧ ଓ ଅନଲାଇନ୍ ଠକେଇ ଭଳି ଅପରାଧର ଘୋର ଶିକାର ହେବାକୁ ପଡୁଛି । ଏହି ଅପରାଧକୁ ରୋକିବାକୁ ହେଲେ ପୋଲିସ ଶକ୍ତିଶାଳୀ ହୋଇ ଜନସଚେତନତା ବୃଦ୍ଧି କରିବା ସହ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କଲାଭଳି ଦୃଢ଼ ପଦକ୍ଷେପ ମାନ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକତା ରହିଛି । ସାଇବର ଅପରାଧ ଦୃତ ଗତିରେ ଘଟୁଥିବା ଯୋଗୁଁ ଇଣ୍ଟରନେଟ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଅତ୍ୟନ୍ତ ସତର୍କ ତାର ସହ ଏହାକୁ ପରିଚାଳନା କରିବାକୁ ପଡ଼ିବ , କାରଣ ସାଇବର ଅପରାଧ ବିଶ୍ୱର ଯେ କୌଣସି ସ୍ଥାନରୁ ଅପରାଧୀ ମାନେ ନିୟନ୍ତ୍ରଣ କରୁଥିବା ଯୋଗୁଁ ଏହା ସମାଜ ପାଇଁ ଏକ ବଡ଼ ଆହ୍ବାନ ତଥା ଚ୍ୟାଲେଞ୍ଜ।

ତେଣୁକରି ଏ ଦିଗରେ ସମ୍ପୂର୍ଣ ଭାବେ ସମସ୍ତେ ସଚେତନ ଓ ସତର୍କ ରହିବା ସହ କିଛି ଯଦି ଘଟିଯାଏ ତା ହେଲେ ତୁରନ୍ତ ପୋଲିସ ଓ ସାଇବର ଥାନାର ସହାୟତା ନେବାକୁ ଅନୁରୋଧ କରାଯାଇଛି । ଏହି ଅବସରରେ ସାଇବର ସୁରକ୍ଷା ସନ୍ଦେଶର ପ୍ରଚାର ପାଇଁ ସାଇବର ମାସକଟ ଉପସ୍ଥିତ ଥିଲେ ।ଏହି ଉଦଘାଟନୀ ସମାରୋହର ସଚେତନତା ସଭା କାର୍ଯ୍ୟକ୍ରମକୁ ହାବିଲଦାର ଶ୍ରୀ କନ୍ଦର୍ପ ପାତ୍ର ସଞ୍ଚାଳନ ତଥା ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ପାରଳା ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଓ ଏସଡିପିଓ: ଶ୍ରୀ ମାଧବାନନ୍ଦ ନାୟକ ପରିଚାଳନା କରିଥିଲେ ଏବଂ ଶେଷରେ ଡିଏସପି: (ହେଡକ୍ୱାଟର) ଶ୍ରୀ ଅମିତାଭ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନାର ଥାନାଧିକାରୀ , ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version