ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର ) ବରଗଡ଼,ଅତାବିରା :- ଅତାବିରା ବ୍ଳକ ଅନ୍ତର୍ଗତ ଋଷିପାଲି ଗ୍ରାମ ରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଗ୍ରାମ ର ଜୟ ହିନ୍ଦ୍ ଯୁବକ ସଂଘ ସୈ।ଜନ୍ୟ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ ।

ଏଥିରେ ଉତ୍ସାହିତ ଯୁବକ ମାନେ ରକ୍ତଦାନ କରିଥିଲେ । ଶିବିରରୁ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସଂଘ ର କର୍ମକର୍ତ୍ତା ଅରୁଣ କୁମାର ମାଝୀ,ଆନନ୍ଦ ଭୋଇ, ନିରଞ୍ଜନ ଖମାରୀ, ସୁବ୍ରତ ପ୍ରଧାନ, ଦିବାକର ମାଝୀ,ଜି ରମେଶ ପ୍ରମୁଖ ଶିବିର ପରିଚାଳନା କରିଥିଲେ । (ରିପୋର୍ଟ -ସତ୍ୟ ନାରାୟଣ ପ୍ରଧାନ)














