No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ହିଞ୍ଜିଳିକାଟୁ :- ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରୀକା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ବ୍ଳକ ଉପାଧ୍ୟକ୍ଷ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାର କୃଷ୍ଣ ଚନ୍ଦ୍ର ବେହେରା,

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସସ୍ମିତା ସ୍ବାଇଁ ପ୍ରମୁଖ ମଞ୍ଚସିନ ଥିଲେ। ଏହି ଅବସରରେ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ କଲ୍ୟାଣ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସଶକ୍ତିକରଣ ଦିଗରେ ଆହୁରି ଦୃଢ଼ କରିବା ସଂକଳ୍ପ ରଖିଛନ୍ତି। ସାଧାରଣ ଲୋକଙ୍କ ଭଳି ସେମାନଙ୍କ ସର୍ବବିଧ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ପ୍ରକାର ସହାୟତା ଓ ସହଯୋଗ ଜାରି ରଖିଛନ୍ତି।

ଅତିଥିମାନେ ଏଭଳି ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଥିବା ଭିନ୍ନକ୍ଷମଙ୍କୁ ବେଶ ଉତ୍ସାହିତ କରିଥିଲେ। ଶିବିରରେ ବିଭିନ୍ନ ବର୍ଗରେ ସମୁଦାୟ ୨୬୭ଜଣ ଦିବ୍ୟାଙ୍ଗ ପଞ୍ଜିକରଣ କରିଥିଲେ।ସେଥି ମଧ୍ୟରୁ ରେଳ ଓ ବସ ଟିକେଟ ରିହାତି ସକାଶେ ୩୮ ଜଣ, ରାସନ କାର୍ଡ ପାଇଁ ୫, ଚଳନ ଶକ୍ତି ବାଧିତ ୧୪୪, ବାକ୍ ଓ ଶ୍ରବଣ ଜନିତ ଅକ୍ଷମତା ୬୦, ଦୃଷ୍ଟି ବାଧିତ ୨୭, ମାନସିକ ବିକୃତ ୧୫, ଆଧାର କାର୍ଡ ୮୫, ମାନସିକଘାତ ୨୧, ବସ୍ ରିହାତି ୩୩, ରେଳ ରିହାତି ୫, ଗ୍ରାମୀଣ ଆବାସ ପାଇଁ ୩ ,

ବାଣିଶ୍ରୀ ବୃତ୍ତି ୧,ଭତ୍ତା ୯, ବୈଷୟିକ ତାଲିମ ୧, ତିନି ଚକିଆ ସାଇକେଲ ୪, ହ୍ବିଇଲ ଚେୟାର ୪ ଓ ସହାୟ ଯୋଜନା ଋଣ ସକାଶେ ୪ ଜଣ ଆବେଦନ କରିଥିଲେ। ତନ୍ମଧ୍ୟରୁ ୧୫ ଜଣ ହିତାଧିକାରୀଙ୍କୁ ତିନି ଚକିଆ ସାଇକେଲ, ୪ ଜଣଙ୍କୁ ହୁଇଲ ଚେୟାର, ୪ ଜଣଙ୍କୁ କୃତ୍ତିମ ଅଙ୍ଗ, ୧୦ ଜଣଙ୍କୁ ଅସ୍ଥିଶଲ୍ୟ, ଯନ୍ତ୍ର ଚାଳିତ ତିନିଚକିଆ ଯାନ , ୪୦ ଜଣଙ୍କୁ ଶ୍ରବଣ ଯନ୍ତ୍ର,୮ ଜଣଙ୍କୁ ବ୍ଲାଇଣ୍ଡ ଷ୍ଟିକ ପ୍ରଦାନ କରି ଉତ୍ସାହିତ କରିଥିଲେ ।

ଆୟୋଜିତ ଶିବିରରେ ଏବିଡିଓ ଅରୁଣ କୁମାର ପ୍ରଧାନ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ବେହେରା, ବିପିଏମ କଳ୍ପୋତରୁ ବେହେରା, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ାକ୍ତର ଆଦିତ୍ୟ ମହାପାତ୍ର, ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ ମିଶ୍ର, ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳେଇ, ସନ୍ତୋଷ କୁମାର ଦାଶ, ସିପି ଦଣ୍ଡପାଣି ଦାଶ,ପିଇଓ ସୁଶାନ୍ତ କୁମାର ପାତ୍ର, ବିଜୟ ସେଠି, କାଳୁ ବେହେରା, ବାସୁଦେବ ବେହେରା, ଶଙ୍କର ମହାନ୍ତି, ବୈଷ୍ଣବ ମଣ୍ଡଳ, ବେଣୁଧର ବେହେରା, ବି. ଯୁଧିଷ୍ଠିର ରେଡ୍ଡୀ, ଚିନ୍ତାମଣି ଗୌଡ, ସାରଣୀ ଗମାଙ୍ଗ, ସ୍ବାଗତୀକା ପାଣିଗ୍ରାହୀ, ବି. ହରି, ବିଏଫଟି ବୃନ୍ଦାବନ ଗୌଡ଼, ଶିବରାମ ପ୍ରଧାନଙ୍କ ସମେତ ପୁଲିସ, ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ।

No Result
View All Result