• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାର୍ବଣ ସମୟରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ଟ୍ରେନ ପରିଚାଳନା ସହ ଯାତ୍ରୀ ପରିସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି

Proprietor Abhimanyu Maharana by Proprietor Abhimanyu Maharana
October 23, 2025
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ପାର୍ବଣ ସମୟରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ଟ୍ରେନ ପରିଚାଳନା ସହ ଯାତ୍ରୀ ପରିସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି
Share on FacebookShare on TwitterWhatsapp

ଖୋର୍ଦ୍ଧା-ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଯାତ୍ରୀ ସୁରକ୍ଷା, ସମୟନିଷ୍ଠା ଓ ସୁବିଧା ପ୍ରଦାନ ହେଉଛି ମୁଖ୍ୟ ଲକ୍ଷ୍ୟ।ପାର୍ବଣ ସମୟରେ ଯାତ୍ରୀ ଭିଡକୁ ନିୟନ୍ତ୍ରଣ କରିବା ସହ ଯାତ୍ରୀ ସୁରକ୍ଷା ଓ ପରିଷ୍କାର ପରିଚ୍ଛନତା ସହ ବିଭିନ୍ନ ଯାତ୍ରୀ ପରିସେବା ଓ ଯାତ୍ରୀ ଭିଡ଼ ନିୟନ୍ତ୍ରଣକୁ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡକ ବ୍ୟାପକ ପ୍ରସ୍ତୁତି କରିଅଛିl ଭାରତୀୟ ରେଳ ଦେଶ ବ୍ୟାପୀ ଯାତ୍ରୀଙ୍କୁ ସୁରକ୍ଷିତ, ସୁବିଧା ଜନକ ଓ ସମୟୋପଯୁକ୍ତ ଯାତ୍ରା ପ୍ରଦାନ ପାଇଁ ମହାଅଭିଆନ ଆରମ୍ଭ କରିଛି ।

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଠାରେ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ପି କେ ବେହେରା ଏହି ସୂଚନା ଦେଇ କହିଛନ୍ତି। ଯାତ୍ରୀ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ଭାରତ ସରକାରଙ୍କ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଦିଲ୍ଲୀରେ ଥିବା ଜାତୀୟ ରେଳ ୱାର୍ ରୁମ୍ ମାଧ୍ୟମରେ ଦେଶ ସାରା ଯାତ୍ରୀ ଗତିବିଧି ଓ ସେବା ନିରୀକ୍ଷଣ କରୁଛନ୍ତି । ଏହା ସହିତ ଖୋର୍ଦ୍ଧାରୋଡ଼ ଓ ଭୁବନେଶ୍ୱର ମୁଖ୍ୟାଳୟ କାର୍ଯ୍ୟାଳୟରେ ମଧ୍ୟ ଉପ-ୱାର୍ ରୁମ୍ ସଂଚାଳିତ ହେଉଛି,

ଯେଉଁଠାରେ ବରିଷ୍ଠ ଅଧିକାରୀ ମାନେ ଲଗାତାର ଯାତ୍ରୀ ଭିଡ଼ ଓ ସେବା ପରିଚାଳନା ଉପରେ ନିରୀକ୍ଷଣ କରୁଛନ୍ତି। ମୁଖ୍ୟ ଷ୍ଟେସନଗୁଡିକରେ ସି ସି ଟିଭି ମନିଟରିଂ ସିଷ୍ଟମ୍ ଦ୍ୱାରା ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ସୁନିଶ୍ଚିତ କରାଯାଉଛି । ଭିଡ଼ ନିୟନ୍ତ୍ରଣ ଓ ଯାତ୍ରୀ ସୁବିଧା ଭୁବନେଶ୍ୱର, କଟକ,ପୁରୀ, ବ୍ରହ୍ମପୁର ଓ ଖୋର୍ଦ୍ଧାରୋଡ଼ ଭଳି ମୁଖ୍ୟ ଷ୍ଟେସନ ଗୁଡିକରେ ସଠିକ୍ ଧାଡ଼ି ପ୍ରଣାଳୀ ଲାଗୁ କରାଯାଇଛି। ଆର୍ ପି ଏଫ୍ ଓ ଜି ଆର୍ ପି କର୍ମଚାରୀ ମାନେ ୨୪ ଘଣ୍ଟା ସେବାରେ ନିଯୁକ୍ତ ରହି ଭିଡ଼ ନିୟନ୍ତ୍ରଣ ଓ ଯାତ୍ରୀ ସୁରକ୍ଷା ନିଶ୍ଚିତ କରୁଛନ୍ତି ।

ଅଧିକ ଭିଡ଼ ଥିବା ଷ୍ଟେସନ ଗୁଡିକରେ ହୋଲ୍ଡିଂ ଏରିଆ ବ୍ୟବସ୍ଥା ଦ୍ୱାରା ଯାତ୍ରୀ ଗତିବିଧି ସୁବିଧା ପାଇଁ ଉପଯୋଗ କରାଯାଉଅଛି। ଡାକଵାଜି ଓ ପବ୍ଲିକ ଅନାଉନ୍ସମେଣ୍ଟ ମାଧ୍ୟମରେ ଯାତ୍ରୀମାନଙ୍କୁ ଟ୍ରେନ ସମୟ ସୂଚୀ ଓ ପ୍ଲାଟଫର୍ମ ସୂଚନା ଦିଆଯାଉଛି ଏବଂ ସଠିକ ସମୟରେ ଦିଆଯାଉଛି । ବିଶେଷ ଟ୍ରେନ ସେବା ପୂର୍ବତଟ ରେଳ ଦ୍ୱାରା ୩୬୭ ବିଶେଷ ଟ୍ରେନ (୧୮ ଜୋଡ଼ି) ଚଳାଚଳ କରାଯାଉଛି, ଯାହା ଉତ୍ସବ ଋତୁ ଯାତ୍ରୀ ଭିଡ଼ ପାଇଁ ଆବଶ୍ୟକ। ଦୀପାବଳି ସମୟରେ ଦଶପଲ୍ଲା ପୁରୀ ବିଶେଷ ଟ୍ରେନ ଚଳାଯାଇଥିଲା ଓ ପୁରୀ ଖୋର୍ଦ୍ଧାରୋଡ଼ ମେମୋକୁ ଦସପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।

ଯାତ୍ରୀ ଚାହିଦା ଅନୁଯାୟୀ ଅଧିକ ବିଶେଷ ଟ୍ରେନ ଚଳାପାଇଁ ଯୋଜନା ଚାଲିଛି । ପରିଚ୍ଛନ୍ନତା ଓ ସ୍ଵଛ ପରିବେଶ ୫.୦ଅନ୍ତର୍ଗତ ମୁଖ୍ୟ ଷ୍ଟେସନ ଗୁଡିକରେ ବ୍ୟାପକ ପରିଚ୍ଛନ୍ନତା ଅଭିଯାନ ଚାଲୁରହିଛି । ପ୍ଲାଟଫର୍ମ, ଅପେକ୍ଷାାଳୟ, ଶୌଚାଳୟ ଓ ପାନୀୟ ଜଳ ସ୍ଥଳଗୁଡିକୁ ପରିଚ୍ଛନତା ରଖିବା ପାଇଁ ସ୍ଥାୟୀ କର୍ମଚାରୀ ଦଳ ନିଯୁକ୍ତ ଅଛନ୍ତି । ପ୍ଲାଷ୍ଟିକ୍ ମୁକ୍ତ ଷ୍ଟେସନ ଅଭିଯାନ ମଧ୍ୟ ଚାଲୁରହିଛି । ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ଆର୍ ପି ଏଫ୍ ଓ ବାଣିଜ୍ୟ ବିଭାଗ ସଂଯୁକ୍ତ ଭାବେ ଯାତ୍ରୀ ଓ ସାମଗ୍ରୀ ଯାଞ୍ଚ ଅଭିଯାନ କରୁଛନ୍ତି ।

ଅଗ୍ନିଶୀଳ ଓ ବିସ୍ଫୋରକ ଦ୍ରବ୍ୟ (ଯେପରିକି ଆତଶବାଜି) ନେବାକୁ ନିଷେଧ ଜାରି ରହିଛି । ପାର୍ସଲ୍ ଗୋଦାମ,କ୍ଲକ୍ ରୁମ୍,ପ୍ଲାଟଫର୍ମ ଓ ଯାତ୍ରୀ ଲଗେଜ୍ ଉପରେ ବିଶେଷ ଯାଞ୍ଚ ହେଉଛି । ଯାତ୍ରୀ ଅସୁବିଧା ହେଲେ ଆର୍ ପି ଏଫ୍ କିମ୍ବା 139 ହେଲ୍ପଲାଇନ୍ ସଂପର୍କ କରିପାରିବେ । ପରିଚାଳନା ଓ ସେବା ଦକ୍ଷତା ଉଚ୍ଚ ଯାତ୍ରୀ ଭିଡ଼ ସତ୍ୱେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ବ୍ୟାପକ ପ୍ରସ୍ତୁତି ଜାରିରଖିଛି । କ୍ରିୟୁ ବ୍ୟବସ୍ଥାପନ, ରେକ୍ ମ୍ୟାନେଜମେଣ୍ଟ ଓ ବିଭାଗୀୟ ସମନ୍ୱୟ ମାଧ୍ୟମରେ ସମସ୍ତ ଟ୍ରେନ ଚଳାଚଳ ସମୟ ମାନ୍ୟ ହେଉଛି ।

ଜନ ସଚେତନତା ଓ ଯାତ୍ରୀ ସଂଯୋଗ ‘ଅମୃତ ସଂଵାଦ’ ଅଭିଯାନ ମାଧ୍ୟମରେ ଯାତ୍ରୀଙ୍କ ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯାଉଛି । ପ୍ଲାଟଫର୍ମ ଓ ଷ୍ଟେସନରେ ବ୍ୟାପକ ଘୋଷଣା, ପୋଷ୍ଟର ଓ ପ୍ୟାମ୍ଫ୍ଲେଟ୍ ବିତରଣ ମାଧ୍ୟମରେ ସୁରକ୍ଷା ସଚେତନତା ବୃଦ୍ଧି କରାଯାଉଛି । ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି,ଏହି ପରିଚାଳନା ଓ ସେବା ଉପଲବ୍ଧି କରାଇବା ପାଇଁ ଏହି ଉତ୍ସବ ଋତୁରେ ଆମେ ସମସ୍ତେ ମିଶି ସୁରକ୍ଷିତ,ସ୍ୱଚ୍ଛ ଓ ସୁବିଧା ଜନକ ଯାତ୍ରାକୁ ସୁନିଶ୍ଚିତ କରିବା । ଆମ କର୍ମଚାରୀ ମାନେ ଦିନ ଓ ରାତି ଅବିରତ ଭାବେ ଯାତ୍ରୀ ସେବା ପାଇଁ ନିଷ୍ଠା ପୂର୍ବକ ଅର୍ପିତ ବୋଲି ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ବେହେରା କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ

ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ

August 31, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 31, 2026
ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ

ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ

August 31, 2026
ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ 

ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ 

August 31, 2026

Recent News

ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ

ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ

August 31, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 31, 2026
ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ

ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ

August 31, 2026
ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ 

ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ 

August 31, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ

ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ

August 31, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version