ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ଜିଲ୍ଲାର ଭାରତୀୟ ବିଜେପିର ବରିଷ୍ଠ ନେତା ,ପୂର୍ବତନ ଜାତୀୟ ପରିଷଦ ସଭ୍ୟ , ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ମର ପୂର୍ବତନ ବିଜେପି ପ୍ରାର୍ଥୀ ,ଭାରତ ସରକାରଙ୍କ ନାରିକେଳ ବିକାଶ ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ , ଆଇଏମଟି ଫାର୍ମାସୀ ଓ ଆଲାଏଡ ସାଇନ୍ସ କଲେଜ ପୁରୀର ପ୍ରତିଷ୍ଠାତା ଓ ଅନେକ ପଦ ପଦବୀରେ ଅଧିଷ୍ଠିତ ଡ଼ଃ ବିଶ୍ୱନାଥ ରଥ ଙ୍କ ପରଲୋକ ହୋଇଯାଇଛି । ୨୦ ଅକ୍ଟୋବର ଦୀପାବଳି ଅମାବାସ୍ୟା ରାତି ୧୨ ଟା ୪୫ ରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।

ମଙ୍ଗଳବାର ତାଙ୍କ ମର ଶରୀର ସତ୍ଯବାଦୀର ତାଙ୍କ ପୈତୁକ ଗାଁ ଭୀମପୁର କୁ ନିଆଯାଇଥିଲା । ପରେ ଆଇଏମଟି ଫାର୍ମାସୀ କଲେଜ ଗୋପାଳପୁର, ପୁରୀ ହୋଇ ଲୋକନାଥ ବାରବାଟୀ ନୂଆ ସାହି ସ୍ଥିତ ବାସ ଭବନରେ ପହଞ୍ଚିଥିଲା । ମଧ୍ୟାହ୍ନ ୧୨ ଟା ୩୦ ମିନିଟ ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଲବ ସଂସ୍କାର କରାଯାଇଥିଲା । ଏକ ମାତ୍ର ପୁତ୍ର ମନୋଜ ରଥ ମୁଖାଗ୍ନି ଦେଇଥିଲେ । ଡ଼ଃ ରଥଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ , ଝିଅ , ଜୋଇଁ , ବୋହୁ , ଧର୍ମପତ୍ନୀ ଓ ଦୁଇ ନାତୁଣୀ ଉପସ୍ଥିତ ଥିଲେ ।
ଡ଼ଃ ରଥଙ୍କ ବିୟୋଗ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଉପ ମୁଖ୍ୟମନ୍ତ୍ରୀ କେ ବି ସିଂହଦେଓ ଓ ପ୍ରଭାତୀ ପରିଡା , ପୁରୀ ଲୋକସଭା ସଂସଦ ଡ଼ଃ ସମ୍ବିତ ପାତ୍ର , ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ , ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ,ବିଜେପି ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଉପସଭାପତି ବିରଞ୍ଚି ତ୍ରିପାଠୀ ,ସୁଦୀପ୍ତ ରାୟ , ପଞ୍ଚାନନ ରାଉତ , ପୁରୀ ଜିଲ୍ଲା କଂଗେସ ସଭାପତି ଇଂ ରାଜେଶ ମିଶ୍ର ,ପୁରୀ ଜିଲା ବିଜେପି ସଭାପତି ଡ଼ ଦେବେନ୍ଦ୍ର ନାଥ ତରାଇ , ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ ,ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ,ରମା ରଞ୍ଜନ ବଳିୟାରସିଂ ,ଯୁବ ନେତା କାମାକ୍ଷା ପ୍ରଧାନ , କୃଷ୍ଣ ଜଗଦେବ , ଆଦିକନ୍ଦ ଶ୍ରୀଚନ୍ଦନ ,ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।














