ବାଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବାଣପୁର ବ୍ଲକ ବଡପଦର ଗ୍ରାମ ର ବିଶିଷ୍ଟ ରାମଲୀଳା ଗୁରୁ ଖଲେଶ୍ଵର ମହାରଣା ଙ୍କ ପୁତ୍ର ତଥା ସାଲେପୁର ବ୍ଲକ୍ ରେ ଶିକ୍ଷକତା କରୁଥିବା ଲୋକପ୍ରିୟ ଶିକ୍ଷକ ତଥା କଳାକାର ପ୍ରଦୀପ କୁମାର ମହାରଣା ଜଣେ ଵନ୍ଧୁଵତ୍ସଳ,ବିନୟୀ,ଛାତ୍ର ଵତ୍ସଳ ତଥା ଧୂରୀଣ ତବଲା ଓ ବଂଶୀ ବାଦକ ସହ ଅମାୟିକ ବ୍ୟକ୍ତି ଥିଲେ ବୋଲି ତାଙ୍କର ଦ୍ଵାଦଶାହ ସ୍ମୃତି ସଭା ରେ ବିଶିଷ୍ଟ ଶ୍ରଦ୍ଧାଳୁ ବ୍ୟକ୍ତି ମାନେ ଏକ ସ୍ମ୍ରୃତି ଚାରଣ ସଭା ରେ ମତ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଉକ୍ତ ବହୁଗୁଣ ସମ୍ପନ୍ନ ଶିକ୍ଷକ ଙ୍କ ର ଆକସ୍ମିକ ଭାବେ ଏକ ରାସ୍ତା ଦୁର୍ଘଟଣା ରେ ଅକାଳ ବିୟୋଗ ଘଟିଥିଲା ।

ତାଙ୍କର ଜନ୍ମସ୍ଥାନ ଵଡପଦର ଗ୍ରାମରେ ନାଚୁଣୀ ର ପ୍ରଗତିଶୀଳ ଅନୁଷ୍ଠାନ ଜାଗ୍ରୃତିକା ପକ୍ଷରୁ ଏକ ସ୍ମ୍ରୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶିଷ୍ଟ ପାଲା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ସଭାପତିତ୍ବ କରିଥିଲାବେଳେ ଜାଗ୍ରୃତିକା ର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ ସଭା ସଞ୍ଚାଳନ କରିଥିଲେ। ପ୍ରାରମ୍ଭରେ ଶ୍ରଦ୍ଧାଳୁ ମାନେ ସ୍ଵର୍ଗତ ପ୍ରଦୀପ କୁମାର ମହାରଣା ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଯୁଵଜ୍ୟୋତି ହାଇସ୍କୁଲ,
କୁମାଣ୍ଡୋଳ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି ବେଦମନ୍ତ୍ର ଉଚ୍ଚାରଣ କରିଥିଲେ ଓ ସଙ୍ଗୀତଜ୍ଞ ଅଜିତ ମିଶ୍ର ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରି ଥିଲେ।ଏହାପରେ ବିଶିଷ୍ଟ ସମାଜସେବୀ ମକର ଧ୍ଵଜ ପଲେଇ, ସାମ୍ବାଦିକ ମନୋଜ ମୋହନ ବରାଳ, ସ୍ତମ୍ଭକାର ପ୍ରଦୋଷ କୁମାର ଦାସ, ଶିକ୍ଷକ ଦୁର୍ଯୋଧନ ପ୍ରଧାନ, ପ୍ରାକ୍ତନ ଶିକ୍ଷକ ପଠାଣି ବଳବନ୍ତରାୟ, ବିରଞ୍ଚି ନାରାୟଣ ପ୍ରସାଦ ନାୟକ,

ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ରାମଚନ୍ଦ୍ର ମହାରଣା,ଆଶିଷ କୁମାର ପତି, ଏଵଂ ସାଲେପୁର ବ୍ଲକ୍ ରୁ ସ୍ବର୍ଗତ ପ୍ରଦୀପ କୁମାର ମହାରଣା ଙ୍କ ଶିକ୍ଷକ ଵନ୍ଧୁ ଭଵନାନନ୍ଦ ଖୁଣ୍ଟିଆ, ପ୍ରଭାତ କୁମାର ବେହେରା, ଅନ୍ତର୍ଯ୍ୟାମୀ ଭୋଳ, ରମାକାନ୍ତ ପରିଡା, ପର୍ଶୁରାମ କର, କ୍ରୃଷ୍ଣ ଚନ୍ଦ୍ର ସ୍ବାଇଁ ପ୍ରମୁଖ ସ୍ଵର୍ଗତ ପ୍ରଦୀପ କୁମାର ମହାରଣା ଙ୍କ ସ୍ମୃତି ଚାରଣ କରିବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ସ୍ବର୍ଗତ ମହାରଣା ଙ୍କ ସୁପୁତ୍ର ଅନିକେତ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ ।














