No Result
View All Result
ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ରେ ରବିବାର ବିଜେଡି ର ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଏଥିରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରବି ନାରାୟଣ ଜେନା, ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର କୁମାର ରାଉଳ,

ଜିଲ୍ଲା ଉପସଭାପତି ପବିତ୍ର ପଶାୟତ, ବ୍ଲକ ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ, ଜିଲ୍ଲାପରିଷଦ ସଭ୍ୟା ଦିପ୍ତିମୟୀ ରାୟ, ବ୍ଲକ ଯୁବ ବିଜେଡି ସଭାପତି ସୁଶାନ୍ତ କୁମାର ସାହୁ, ବ୍ଲକ ବିଜେଡି ଛାତ୍ର ସଭାପତି ଗୋରେଖ ଆଶ୍ରିତ ବେହେରା, ସରପଞ୍ଚ ସତ୍ୟଭାମା ବେହେରା, ନିରଞ୍ଜନ ସେଠୀ, ସରୋଜିନୀ ବାରିକ, ପ୍ରଭାସିନୀ ବେହେରା, ସନ୍ତୋଷ ସେଠୀ, ସୁରେନ୍ଦ୍ର ଶତପଥୀ, କନକ ଲତା ବେହେରା, ଲଷ୍ମୀ ପ୍ରିୟl ଜେନା, ବିଜଡି ନେତା ତୃପ୍ତି ରଞ୍ଜନ ରାୟ, କଲ୍ୟାଣ ବାରିକ,

ରବିନାରାୟଣ ସିଂହ, ସୁରେଶ ଜେନା, ରବୀନ୍ଦ୍ର କୁମାର ସାହୁ, ପୁଷ୍ପ ପ୍ରକାଶ ପ୍ରଧାନ, ଦିବାକର ସାହୁ, ତାପସ ଜେନା, କେଦାରନାଥ ସାହୁ ପ୍ରମୁଖ ଏକ ହଜାରରୁ ଉର୍ଦ୍ଧ ସଂଖ୍ୟକ ବିଜେଡି କର୍ମୀ ପଦଯାତ୍ରାରେ ସାମିଲ ହୋଇଥିଲେ l ଏହି ପଦଯାତ୍ରା ଚାନ୍ଦପୁର ଛକ ଠାରୁ ଆରମ୍ଭ ହୋଇ ନୂଆପାରୁ ସ୍ଥିତ ଜଗତ ଗୁରୁ ରାମାନନ୍ଦା ଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦ ଜି ଙ୍କ ପୀଠରେ ଶେଷହୋଇଥିଲା l ଏଥିରେ ଉପସ୍ଥିତ ନେତୃ ମଣ୍ଡଳୀ ଓ କର୍ମୀ ମାନେ ବିଗତ ବିଜେଡି ସରକାରଙ୍କ ସଫଳତା ଓ ବର୍ତ୍ତମାନ ବିଜେପି ସରକାର ଙ୍କ ବିଫଳତାକୁ ଜନସାଧାରଣ ଙ୍କୁ ବୁଝାଇ ଥିଲେ l

ଆଗାମୀ ଦିନରେ ବିଜେପି ସରକାର କୁ ପ୍ରତ୍ୟାଖ୍ୟାନ କରିବାସହ ପୁନର୍ବାର ବିଜେଡି ସରକାରକୁ ଆଣିବାକୁ ବୁଝାଇଥିଲେ l ଏଠାରେ ସୂଚନା ଯୋଗ୍ୟ ଏହି ପଦଯାତ୍ରା ବିରିଡି ବିଜୁଭବନ ରୁ ବାହାରିବାକୁ ଥିବାବେଳେ ତାହା ହୋଇ ନଥିଲା କେହି ବିଜୁ ଭବନକୁ ତାଲା ପକାଇ ଦେଇଥିବାରୁ ଚାନ୍ଦ ପୁର ଛକ ରୁ ପଦଯାତ୍ରା ବାହାରି ଥିଲା l ଫଳରେ ବିଜେଡି କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା l

No Result
View All Result