No Result
View All Result
ସରଣକୁଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଏସପି ଏସ. ସୁଶ୍ରୀଙ୍କ ନିେର୍ଦ୍ଦଶକ୍ରମେ ଶରଣକୁଳ ପୁଲିସ ଗ୍ୟାସ୍ ବୋଝେଇ ଗାଡ଼ି କ୍ୟାବିନ୍ ଭିତରୁ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ଦୁଇଦିନ ତଳେ ଏକ ଗ୍ୟାସ ବୋଝେଇ ଟ୍ରକ୍ ଗାଡ଼ି ନଂ ଓଡ଼ି୨୩ ଜି ୦୬୧୫ ଯୋଗେ ଗଞ୍ଜେଇ ଯାଉଥିବା କୈାଣସି ସୂତ୍ରରୁ ଖବରପାଇ ନୟାଗଡ଼ ଏସପି ଶରଣକୁଳ ପୁଲିସକୁ ଖବର ଦେଇଥିଲେ। ଶରଣକୁଳ ପୁଲିସ ଡ଼ିମିଶର ଛକରେ ଗ୍ୟାସ ବୋଝେଇ ଟ୍ରକକୁ ଯାଞ୍ଚ କରିବା ସମୟରେ କ୍ୟାବିନ୍ ଭିତରୁ ୨୦ କେଜି ୫୩୦ ଗ୍ରାମ୍ ଗଞ୍ଜେଇ ପାଇଥିଲେ।
ଟ୍ରକ୍ ସହିତ ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ବାଣିଗୋଛା ଥାନା ଅଞ୍ଚଳର ଅଭିମନ୍ୟୁ ନାୟକଙ୍କ ପୁଅ ଅଜିତ ନାୟକ (୩୫) ଓ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଷଣପୁର ଗ୍ରାମର ଭାବ କିଶୋର ଜେନାଙ୍କ ପୁଅ ସୈାମ୍ୟରଞ୍ଜନ ଜେନା (୩୭)ଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ୨ଟି ମୋବାଇଲ୍ ଫୋନ୍ ଓ ୫ହଜାର ଟଙ୍କା ଜବତ କରାଯାଇଛି। ଶରଣକୁଳ ପୁଲିସ ଏସଆଇ ଭିମସେନ ମଲ୍ଲିକଙ୍କ ଅଭିଯୋଗକୁ ଭିତି କରି ସେମାନଙ୍କ ନାମରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଜିତ କୁମାର ଦାଶ ସୂଚନା ଦେଇଛନ୍ତି।

No Result
View All Result