ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପବିତ୍ର କାର୍ତ୍ତିକ ମାସ ଅବସରରେ ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ହଜାର ହଜାର ଭକ୍ତ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ଆସୁଛନ୍ତି । ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ସେବା ସୁବ୍ୟବସ୍ଥା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସୁଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ପରିପ୍ରେକ୍ଷିରେ ଏସପି ପ୍ରତୀକ ସିଂ ଙ୍କ ନିର୍ଦେଶରେ ସିଂହଦ୍ୱାର ଥାନା ଆଇଆଇସି ଶ୍ୱେତପଦ୍ମା ଦାଶଙ୍କ ନେତୃତ୍ୱରେ ରବିବାରେ ଶ୍ରୀଜଗନ୍ନାଥ ଦର୍ଶନ ସମୟରେ ଭକ୍ତମାନଙ୍କୁ ଦହି ପାଣି ବଣ୍ଟନ କରାଯାଇଛି l ଏହା ମାଧ୍ୟମରେ ଦର୍ଶନ ପାଇଁ ଦଣ୍ଡାୟମାନ ଭକ୍ତମାନେ ସ୍ୱସ୍ତି ଓ ସତେଜତା ଅନୁଭବ କରିପାରିଲେ ।















